ଭୁବନେଶ୍ୱର:ବିଜେଡ଼ି-ବିଜେପି ନିବିଡ଼ତାର ଅାଜି ପ୍ରଥମ ଲାଭ ଓଡ଼ିଶାକୁ ମିଳିଛି । ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଫନି କରିଥିବା ପ୍ରଳୟ ଜନିତ ବିପର୍ଯ୍ୟୟ ପୁନଃନିର୍ମାଣ ଲାଗି କେନ୍ଦ୍ର ସରକାର ଅାଜି ଓଡ଼ିଶାକୁ ବଡ ଭେଟି ଦେଇଛନ୍ତି । ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ଫନି ପାଇଁ ୩୩୩୮କୋଟି ୨୨ଲକ୍ଷ ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତା ଘୋଷଣା କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଅାଯାଇଛି ।
ବିଶ୍ୱସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟେଲିଫୋନ କରି ଏ ସଂର୍ପକରେ ଜଣାଇଥିଲେ । ଓଡିଶାକୁ ମିଳିଥିବା ବିପର୍ଯ୍ୟୟ ସହାୟତା କ୍ଷେତ୍ରରେ ଏହା ସର୍ବକାଳୀନ ରେକର୍ଡ । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୬ ତାରିଖରେ ଓଡିଶା ଗସ୍ତରେ ଅାସିଥିବା ବେଳେ ଏକ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ । ଏପି୍ରଲ ୨୯ ତାରିଖରେ କେନ୍ଦ୍ର ସରକାର ୩୪୦ କୋଟି ୮୭ ଲକ୍ଷ ଟଙ୍କା ଏସ୍.ଡି.ଅାର୍.ଏଫ୍ ରୁ ଦେଇଥିଲେ । ପରବର୍ତ୍ତୀ ସମୟରେ କେନ୍ଦ୍ରୀୟ ପ୍ରତିନିଧି ଦଳ ଅାସି ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେଇଥିଲେ ।
ଏଠାରେ ଉଲ୍ଲେଖଥାଉକି, କର୍ଣ୍ଣାଟକ ମରୁଡି ପାଇଁ ୧ହଜାର ୨୯କୋଟି ଓ ହିମାଚଳ ପ୍ରଦେଶ ପାଇଁ ୬୪ କୋଟି ୮୯ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ।
ପ୍ରମୁଖ ଖବର
ମହାରାଷ୍ଟ୍ରର ପୁଣେରେ ବିଷାକ୍ତ ମଦ ପିଇ ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଜଣଙ୍କର ମୃତ୍ୟୁ
ତେଲେଙ୍ଗାନା ହାଇକୋର୍ଟ ଆଇନଜୀବୀ ହତ୍ୟା ମାମଲାରେ କଂଗ୍ରେସ ନେତାଙ୍କ ସହ ୭ ଗିରଫ
ଆଇପିଏଲ୍ ଫାଇନାଲ୍ ପୂର୍ବରୁ ବେଙ୍ଗାଲୁରୁ ପୋଲିସର କଡ଼ା ନିର୍ଦ୍ଦେଶ
ସୁରଜିତ ନାଥ ମିତ୍ର ପଶ୍ଚିମବଙ୍ଗର ନୂଆ ଆଡଭୋକେଟ୍ ଜେନେରାଲ୍
‘ଅପରେସନ ସିନ୍ଦୂର’ ଉପରେ ସ୍ମାରକ ପୁସ୍ତକ ଉନ୍ମୋଚନ କଲେ ରାଜନାଥ ସିଂହ
ଆସନ୍ତା ୩ ଦିନ ଯାଏଁ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା, ପବନ ସମ୍ଭାବନା