ପ୍ରମୁଖ ଖବର

ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଅନଲାଇନ ଗେମ୍ ଖେଳିବାକୁ ମନା କରିବାରୁ ଜୀବନ ହାରିଲେ ନାବାଳକ
ରାକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପିଉସା ସମେତ ୫ ଅଟକ
ସ୍ୱାଧୀନତା ଦିବସ ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା
ଭୁବନେଶ୍ୱରର ଘରୋଇ କଲେଜ ପରିସରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ
ସବୁ ସରକାରୀ କାର୍ଯ୍ୟାଳୟରେ ଲାଗିବ ଏଆଇ କ୍ୟାମେରା
ବିଧାନସଭା ଆଗରେ ୭ ବର୍ଷୀୟ ଝିଅ ସହ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀ ହେଲେ ନିରାଶ

0

ନୂଆଦିଲ୍ଲୀ: ୟୁକ୍ରେନରୁ ଫେରି ଆସିଥିବା ମେଡିକାଲ ଛାତ୍ରଛାତ୍ରୀଙ୍କୁ ବଡ଼ ଝଟକା ଲାଗିଛି। କେନ୍ଦ୍ର ସରକାର ସେମାନଙ୍କୁ ସ୍ୱଦେଶ ଫେରାଇ ଆଣିଥିବା ବେଳେ ସବୁ ପ୍ରକାରର ସହଯୋଗ କରିବେ ବୋଲି ମଧ୍ୟ କହିଥିଲେ। ହେଲେ ଏବେ କେନ୍ଦ୍ର ସରକାର ସେମାନଙ୍କ ହାତ ଛାଡ଼ି ଦେଇଛନ୍ତି।

ଏଥିପାଇଁ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ୟୁକ୍ରେନ ଫେରନ୍ତା ଶିକ୍ଷାର୍ଥୀଙ୍କୁ ଭାରତୀୟ କଲେଜଗୁଡ଼ିକରେ ନାଁ ଲେଖାଇବାକୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି କହିଛନ୍ତି। କେନ୍ଦ୍ର ସରକାର ଗୋଟିଏ ସତ୍ୟପାଠରେ କହିଛନ୍ତି, “ଏଯାଏ ନ୍ୟାଶନାଲ ମେଡିକାଲ କମିଶନ(ଏନଏମସି) ତରଫରୁ କୌଣସି ବି ଭାରତୀୟ ମେଡିକାଲ ଇନଷ୍ଟିଚ୍ୟୁଟ କିମ୍ବା ବିଶ୍ୱବିଦ୍ୟାଳୟରେ ଜଣେ ବି ବିଦେଶ ଫେରନ୍ତା ମେଡିକାଲ ଶିକ୍ଷାର୍ଥୀଙ୍କୁ ସ୍ଥାନାନ୍ତରିତ କିମ୍ବା ଥଇଥାନ କରିବାକୁ ଅନୁମତି ଦିଆଯାଇ ନାହିଁ।

ଯଦି ସରକାର ଏହି ଛାତ୍ରଛାତ୍ରୀମାନଙ୍କୁ ନାମଲେଖାଇବାକୁ ଅନୁମତି ଦେବା ତାହେଲେ ଭାରତରେ ମେଡିକାଲ ଶିକ୍ଷାର ମାନ ପ୍ରଭାବିତ ହେବ ବୋଲି ସରକାର କହିଛନ୍ତି । ଦୁଇଟି କାରଣରୁ ଭାରତୀୟ ଛାତ୍ରଛାତ୍ରୀମାନେ ବିଦେଶୀ ମେଡିକାଲ କଲେଜରେ ପଢିବାକୁ ଯାଉଛନ୍ତି । ଗୋଟିଏ ହେଲା ଏନଇଇଟି ପରୀକ୍ଷାରେ ଖରାପ ପ୍ରଦର୍ଶନ । ଦ୍ୱିତୀୟଟି ହେଲା ୟୁକ୍ରେନ ପରି ଦେଶରେ ଶସ୍ତା ମେଡିକାଲ ପାଠପଢା ଖର୍ଚ୍ଚ । ଏନଇଇଟି ପରୀକ୍ଷାରେ ଭଲ ପ୍ରଦର୍ଶନ କରିନଥିବା ପିଲାମାନଙ୍କୁ ଅନୁମତି ଦେବା ଦ୍ୱାରା ଅନ୍ୟ ବିବାଦ ସୃଷ୍ଟି ହେବ । ଯେଉଁମାନେ କମ୍ ଖର୍ଚ୍ଚରେ ବିଦେଶରେ ମେଡିକାଲ ପଢୁଥିଲେ, ସେମାନେ ଭାରତର ଘରୋଇ ମେଡିକାଲ କଲେଜର ଖର୍ଚ୍ଚ ଉଠାଇପାରିବେ ନାହିଁ ।

କେନ୍ଦ୍ର ସରକାରଙ୍କ ଏହି ଆଭିମୁଖ୍ୟ ଦ୍ୱାରା ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ ପୁଣି ନିରାଶ ହୋଇଛନ୍ତି । ଏହା ପୂର୍ବରୁ ଗତ ଜୁଲାଇ ମାସରେ ସଂସଦରେ କେନ୍ଦ୍ର ସରକାର କହିଥିଲେ ଯେ ଭାରତୀୟ ମେଡିକାଲ କାଉନସିଲ ଆଇନ ଓ ଜାତୀୟ ମେଡିକାଲ କମିସନ ଆଇନ ଅନୁସାରେ କୌଣସି ବିଦେଶୀ ଶିକ୍ଷାନୁଷ୍ଠାନରେ ପଢୁଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଭାରତୀୟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇପାରିବ ନାହିଁ । ଆଜି ପୁଣିଥରେ ଜଷ୍ଟିସ ହେମନ୍ତ ଗୁପ୍ତାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ।

Leave A Reply

Your email address will not be published.