ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀ ହେଲେ ନିରାଶ

0

ନୂଆଦିଲ୍ଲୀ: ୟୁକ୍ରେନରୁ ଫେରି ଆସିଥିବା ମେଡିକାଲ ଛାତ୍ରଛାତ୍ରୀଙ୍କୁ ବଡ଼ ଝଟକା ଲାଗିଛି। କେନ୍ଦ୍ର ସରକାର ସେମାନଙ୍କୁ ସ୍ୱଦେଶ ଫେରାଇ ଆଣିଥିବା ବେଳେ ସବୁ ପ୍ରକାରର ସହଯୋଗ କରିବେ ବୋଲି ମଧ୍ୟ କହିଥିଲେ। ହେଲେ ଏବେ କେନ୍ଦ୍ର ସରକାର ସେମାନଙ୍କ ହାତ ଛାଡ଼ି ଦେଇଛନ୍ତି।

ଏଥିପାଇଁ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ୟୁକ୍ରେନ ଫେରନ୍ତା ଶିକ୍ଷାର୍ଥୀଙ୍କୁ ଭାରତୀୟ କଲେଜଗୁଡ଼ିକରେ ନାଁ ଲେଖାଇବାକୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି କହିଛନ୍ତି। କେନ୍ଦ୍ର ସରକାର ଗୋଟିଏ ସତ୍ୟପାଠରେ କହିଛନ୍ତି, “ଏଯାଏ ନ୍ୟାଶନାଲ ମେଡିକାଲ କମିଶନ(ଏନଏମସି) ତରଫରୁ କୌଣସି ବି ଭାରତୀୟ ମେଡିକାଲ ଇନଷ୍ଟିଚ୍ୟୁଟ କିମ୍ବା ବିଶ୍ୱବିଦ୍ୟାଳୟରେ ଜଣେ ବି ବିଦେଶ ଫେରନ୍ତା ମେଡିକାଲ ଶିକ୍ଷାର୍ଥୀଙ୍କୁ ସ୍ଥାନାନ୍ତରିତ କିମ୍ବା ଥଇଥାନ କରିବାକୁ ଅନୁମତି ଦିଆଯାଇ ନାହିଁ।

ଯଦି ସରକାର ଏହି ଛାତ୍ରଛାତ୍ରୀମାନଙ୍କୁ ନାମଲେଖାଇବାକୁ ଅନୁମତି ଦେବା ତାହେଲେ ଭାରତରେ ମେଡିକାଲ ଶିକ୍ଷାର ମାନ ପ୍ରଭାବିତ ହେବ ବୋଲି ସରକାର କହିଛନ୍ତି । ଦୁଇଟି କାରଣରୁ ଭାରତୀୟ ଛାତ୍ରଛାତ୍ରୀମାନେ ବିଦେଶୀ ମେଡିକାଲ କଲେଜରେ ପଢିବାକୁ ଯାଉଛନ୍ତି । ଗୋଟିଏ ହେଲା ଏନଇଇଟି ପରୀକ୍ଷାରେ ଖରାପ ପ୍ରଦର୍ଶନ । ଦ୍ୱିତୀୟଟି ହେଲା ୟୁକ୍ରେନ ପରି ଦେଶରେ ଶସ୍ତା ମେଡିକାଲ ପାଠପଢା ଖର୍ଚ୍ଚ । ଏନଇଇଟି ପରୀକ୍ଷାରେ ଭଲ ପ୍ରଦର୍ଶନ କରିନଥିବା ପିଲାମାନଙ୍କୁ ଅନୁମତି ଦେବା ଦ୍ୱାରା ଅନ୍ୟ ବିବାଦ ସୃଷ୍ଟି ହେବ । ଯେଉଁମାନେ କମ୍ ଖର୍ଚ୍ଚରେ ବିଦେଶରେ ମେଡିକାଲ ପଢୁଥିଲେ, ସେମାନେ ଭାରତର ଘରୋଇ ମେଡିକାଲ କଲେଜର ଖର୍ଚ୍ଚ ଉଠାଇପାରିବେ ନାହିଁ ।

କେନ୍ଦ୍ର ସରକାରଙ୍କ ଏହି ଆଭିମୁଖ୍ୟ ଦ୍ୱାରା ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ ପୁଣି ନିରାଶ ହୋଇଛନ୍ତି । ଏହା ପୂର୍ବରୁ ଗତ ଜୁଲାଇ ମାସରେ ସଂସଦରେ କେନ୍ଦ୍ର ସରକାର କହିଥିଲେ ଯେ ଭାରତୀୟ ମେଡିକାଲ କାଉନସିଲ ଆଇନ ଓ ଜାତୀୟ ମେଡିକାଲ କମିସନ ଆଇନ ଅନୁସାରେ କୌଣସି ବିଦେଶୀ ଶିକ୍ଷାନୁଷ୍ଠାନରେ ପଢୁଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଭାରତୀୟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇପାରିବ ନାହିଁ । ଆଜି ପୁଣିଥରେ ଜଷ୍ଟିସ ହେମନ୍ତ ଗୁପ୍ତାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ।

Leave A Reply

Your email address will not be published.