ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ଅଧା ମନ୍ତ୍ରୀ କରୁଛନ୍ତି କଣ?

0

ଭୁବନେଶ୍ୱର:ପୂର୍ତ୍ତ ବିଭାଗ ଅାଇ.ବି ରୁ ଫେରିଲା ବେଳେ ମନ୍ତ୍ରୀ ସୁଶାନ୍ତ ସିଂ ପକ୍ଷାଘାତ ରୋଗରେ ଶିକାର ହୋଇଥିବା ଡୁଙ୍ଗୁରିପାଲି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ । ତାଙ୍କର ଡହଳ ବିକଳ ସ୍ଥିତି ଦେଖି ମନ୍ତ୍ରୀ ତାଙ୍କୁ ତୁରନ୍ତ ବୁର୍ଲା ମେଡିକାଲକୁ ପଠେଇବା ପାଇଁ ଯୋଜନା କରିଥିଲେ । ଅାଲୋଚନା ବେଳେ ମନ୍ତ୍ରୀ ଜାଣି ପାରିଲେ ଯେ ଖାଦ୍ୟ ବିନା ମଧ୍ୟ ସେ ଯନ୍ତ୍ରଣା ଭୋଗୁଛନ୍ତି । ତୁରନ୍ତ ମନ୍ତ୍ରୀ ନିକଟସ୍ଥ ଅାହାର କେନ୍ଦ୍ରକୁ ଯାଇଥିଲେ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ ।
କୃଷି ମନ୍ତ୍ରୀ ଅରୁଣ ସାହୁ ଅାଜି କାଳିଅା ଯୋଜନାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ଯାଞ୍ଚ କରିବା ସହିତ କାଳିଅା ଛାତ୍ର ବୃତ୍ତି ନେଇ ଅାଲୋଚନା କରିଥିଲେ । ୭୨୫୮ଜଣ ପିଲାଙ୍କୁ ଛାତ୍ର ବୃତ୍ତି ମିଳିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ସି.ଡି.ଏମ୍‍.ଓ ସମ୍ମିଳନୀରେ ମୋ ସରକାରକୁ ନିର୍ମଳ ଯୋଜନା କାର୍ଯ୍ୟକାରୀ କରାଯିବା ସଂପର୍କରେ ଅାଲୋଚନା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ମ ପାଳି ସରକାର ଗଠନ କରିବା ପରେ ଏହିଭଳି ଢ଼ଙ୍ଗରେ କିଛି ମନ୍ତ୍ରୀ ପ୍ରତିଦିନ ପଦକ୍ଷେପ ନେଉଛନ୍ତି । କିନ୍ତୁ ନବୀନଙ୍କ କ୍ୟାବିନେଟର ଅଧା ମନ୍ତ୍ରୀ କୁଅାଡେ ଯାଇଛନ୍ତି,କଣ କରୁଛନ୍ତି ଏ ସଂପର୍କରେ କାହା ପାଖରେ କିଛି ଖବର ନାହିଁ । ସଂପୃକ୍ତ ମନ୍ତ୍ରୀମାନେ ଓଡିଶା ଲୋକସେବା ଭବନରେ ସରକାରୀ ଯୋଜନା ନେଇ ସମୀକ୍ଷା କରୁଥିବା ଦେଖାଯାଉନାହିଁ କିମ୍ୱା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ମାନି ଲୋକଙ୍କ ସହିତ ମିଶୁଛନ୍ତି ।
ମନ୍ତ୍ରୀ ପଦ୍ମିନୀ ଦିଆନ, ଟୁକୁନି ସାହୁ, ଜଗନ୍ନାଥ ସାରକାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ କାର୍ଯ୍ୟକଳାପ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଧ୍ୟାନ କରୁଛି କି ନାହିଁ, ତାହାକୁ ନେଇ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଲାଣି ।
ଏଠାରେ ଉଲ୍ଲେଖଥାଉକି, ପ୍ରତି ମାସ ୭ ତାରିଖରେ ମନ୍ତ୍ରୀମାନଙ୍କ କାର୍ଯ୍ୟ ସମୀକ୍ଷା କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ହେଲେ ଏଯାଏ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜଣେ ବି ମନ୍ତ୍ରୀଙ୍କ କାର୍ଯ୍ୟ ସଂପର୍କରେ ଭଲ କି ମନ୍ଦ କିଛି ବି କହିନାହାନ୍ତି । ଏଣୁ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି, ଅଧା ମନ୍ତ୍ରୀଙ୍କ ବିଫଳତାରେ ସାମଗ୍ରିକ ଭାବେ ସରକାର ହାତକୁ ନେଇଥିବା ଟାର୍ଗେଟ ପୂରଣ ହୋଇପାରିବ ତ?

Leave A Reply

Your email address will not be published.