ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ମହିଳା ଏସିଆ କପ୍ ଟାଇଟଲ୍ ହାତେଇଲା ଭାରତ

0

ଇତିହାସ ରଚିଲେ ଭାରତୀୟ ମହିଳା କ୍ରିକେଟ୍‌ ଦଳ । ଶ୍ରୀଲଙ୍କାକୁ ମାତ ଦେଇ ସପ୍ତମଥର ଏସିଆ କପ୍ ଟାଇଟଲ୍ ହାତେଇଲା ଟିମ୍‌ ଇଣ୍ତିଆ । ଫାଇନାଲ୍‌ରେ କ୍ୟାପ୍ଟେନ୍‌ ହରମନ୍‌ପ୍ରିତ କୋର୍‌ଙ୍କ ଅଧିନରେ ଶ୍ରୀଲଙ୍କାକୁ ୮ ୱିକେଟ୍‌ରେ ପରାସ୍ତ କରିଛି ଭାରତୀୟ ମହିଳା ଟିମ୍ । ଫାଇନାଲରେ ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଭାରତୀୟ ବୋଲର୍‌ଙ୍କୁ ସାମ୍ନା କରିପାରିନଥିଲେ । ମନ୍ଧାନାଙ୍କ ଓ ରେଣୁକା ସିଂହ ଠାକୁରଙ୍କ ଘାତକ ବୋଲିଂ ଯୋଗୁ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ମାତ୍ର ୬୫ ରନରେ ସୀମିତ ରହିଥିଲା ।

ତେବେ ଦ୍ୱିତୀୟ ଇନିଂସରେ ମାତ୍ର ୮.୩ ଓଭର୍‌ରେ ୨ ୱିକେଟ୍‌ ହରାଇ ଟିମ୍‌ ଇଣ୍ତିଆ ୬୯ ବଲ ପୂର୍ବରୁ ବିଜୟ ହାସଲ କରି ନେଇଛି । ଜିତିବା ପାଇଁ ୭୦ ବଲରେ ୧ ରନ ଦରକାର ଥିବା ବେଳେ ମନ୍ଧାନା ବିଶାଳ ଛକା ମାରି ବିଜୟର ମୁଣ୍ଡି ମାରିଥିଲେ । ଦଳ ପକ୍ଷରୁ ମନ୍ଧାନା ଶେଷ ଯାଏ ୨୫ ବଲରେ ୫୧ ରନ କରି ଅପରାଜିତ ରହିଥିଲେ । ତେବେ ବୋଲିଂରେ ୩ ଓଭରରେ ୫ ରନ ଦେଇ ୩ ୱିକେଟ ନେଇଥିବା ରେଣୁକା ସିଂହ ଠାକୁର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି ।

ସେହିପରି ଏସିଆ କପରେ ମୋଟ ୧୩ ୱିକେଟ ସହ ୯୪ ରନ କରିଥିବା ଭାରତ ଦୀପ୍ତି ଶର୍ମାଙ୍କୁ ସିରିଜର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ସୂଚନାଥାଉକି, ଏସିଆ କପ୍‌ ମୋଟ ୮ ଥର ଆୟୋଜନ ହୋଇଛି । ସେଥିମଧ୍ୟରୁ ୪ଥର ୱାନଡେ ଓ ୩ଥର ଟି-ଟ୍ୱେଣ୍ଟି ଫର୍ମାଟରେ ମ୍ୟାଚ୍‌ ଖେଳାଯାଇଛି । ଯେଉଁଥିରୁ ଭାରତ ୭ଥର ଟାଇଟଲ୍‌ ଜିତିଛି । ପୂର୍ବ ସିଜିନ୍‌ରେ ଟିମ୍‌ ଇଣ୍ତିଆ ଫାଇଲାଲ୍‌ରେ ବାଂଲାଦେଶଠୁ ପରାସ୍ତ ହୋଇଥିଲା।

Leave A Reply

Your email address will not be published.