ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ରାଜଧାନୀର ୭ଟି ସ୍ଥାନରେ ହେବ ବାଣ ବିକ୍ରି

0

ଭୁବନେଶ୍ବର: କୋଭିଡ ମହାମାରୀ କାରଣରୁ ଗଲା ୨ ବର୍ଷ ହେଲା ଭଲରେ ପାଳନ ହେଉନଥିଲା ଦୀପାବଳି। ଏଥର କିନ୍ତୁ ଆଡମ୍ବରପୂର୍ଣ୍ଣ ଭାବେ ଦୀପାବଳି ପାଳନ କରାଯିବ। ରାଜ୍ୟ ସରକାର ବାଣ ବିକ୍ରି ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଭୁବନେଶ୍ବରରେ ୭ଟି ସ୍ଥାନରେ ବାଣ ବିକ୍ରି ହେବକୁ ନେଇ ସୂଚନା ଦିଆଯାଇଛି।

ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମାନସ ରଂଜନ ସାମଲ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) କମିସନରଙ୍କୁ ଚିଠି ଲେଖିଛନ୍ତି ଯେ, ଭୁବନେଶ୍ବରସ୍ଥିତ ଗାଡ଼କଣର ସବରସାହି ମେଳଣ ପଡ଼ିଆ, ବମିଖାଲର ରସୁଲଗଡ଼ ଦୁର୍ଗାପୂଜା ମଣ୍ଡପ, ପାଣ୍ଡରାର ପଳାସୁଣୀ ବିଜୁ ପଟ୍ଟନାୟକ ଖେଳ ପଡ଼ିଆ, ବାପୁଜୀ ନଗରର ୟୁନିଟ-୧ ହାଇସ୍କୁଲ ପଡ଼ିଆ ପଛପଟ, ଲକ୍ଷ୍ମୀସାଗର-୨ର ଲକ୍ଷ୍ମୀସାଗର ମେଳନ ପଡ଼ିଆ, ବଡ଼ଗଡ଼ର ବିଡିଏ ମାର୍କେଟ ପାର୍ଶ୍ବ  ସହିତ ୨ଟି ସ୍ଥାନରେ ବାଣ ବିକ୍ରି ହେବ।

ଏହି ସ୍ଥାନରେ ବାଣ ବିକ୍ରି ବେଳେ ଅଘଟଣ ରୋକିବାକୁ ଦୃଷ୍ଟିରେ ରଖି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯିବ। ଅଗ୍ନିଶମ ବାହିନୀ ଦଳକଳ ସହ ଏହି ସ୍ଥାନମାନଙ୍କରେ ମୁତୟନ ରହିବେ। ଯେକେହି ଲାଇସେନ୍ସ ପ୍ରାପ୍ତ ଦୋକାନୀ ଆବଶ୍ୟକ ଶୁଳ୍କ ଦେଇ ଏହି ସ୍ଥାନରେ ବାଣ ଦୋକାନ ଖୋଲି ପାରିବେ। ଲୋକେ ଏହି ସ୍ଥାନରୁ ବାଣ କିଣିବା ସହ ଫୁଟାଇବା ବେଳେ ନିରାପତା ପାଳନ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.