ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ସିବିଆଇରେ ହାଜର ହେବେ ମନୀଷ ସିସୋଦିଆ

0

ବଢିଲା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀଙ୍କ ଅଡୁଆ
ପୁଣି ସିବିଆଇରେ ହାଜର ହେବେ ସିସୋଦିଆ
ଦିଲ୍ଲୀ ଅବକାର ନୀତି ମାମଲାରେ ହେବେ ହାଜର

ବଢିଲା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ । ଦିଲ୍ଲୀ ଅବକାର ନୀତି ମାମଲାରେ ପୁଣି ମନୀଷ ସିସୋଦିଆଙ୍କୁ ଜେରା କରିବ ସିବିଆଇ । ଆସନ୍ତା କାଲି ସିବିଆଇରେ ହାଜର ହେବାକୁ ସିସୋଦିଆଙ୍କୁ ନୋଟିସ ଜାରି କରାଯାଇଛି । ଏହି ନୋଟିସ ଅନୁସାରେ ସୋମବାର ୧୧ ଟା ବେଳେ ହାଜର ହେବାକୁ କୁହାଯାଇଛି ।

ଏହାପରେ ସିସୋଦିଆ ଏକ ଟ୍ୱିଟ୍ କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ ସିବିଆଇ ମୋ ଘରେ ୧୪ ଘଂଟା ଚଢାଉ କରି କିଛି ପାଇ ନଥିଲା । ସିସୋଦିଆ ଟ୍ୱିଟ୍ କରି କହିଛନ୍ତି,ଯେ ସିବିଆଇ ମୋ ଘରେ ୧୪ ଘଣ୍ଟା ଚଢାଉ କରି କିଛି ପାଇ ନଥିଲା । ମୋ ବ୍ୟାଙ୍କ ଲକର୍ ମଧ୍ୟ ଛାନ୍‌ଭିନ୍ କରାଯାଇଥିଲା, ସେଥିରୁ ମଧ୍ୟ କିଛି ମିଳିନଥିଲା। ମୋ ଗାଁରୁ ମଧ୍ୟ ସିବିଆଇକୁ କିଛି ମିଳିନଥିଲା । କାଲି ମୋତେ ସିବିଆଇ ପୁଣି ଡାକିଛି । ମୁଁ ଯିବି ଆଉ ତଦନ୍ତରେ ସହଯୋଗ କରିବି । ସତ୍ୟମେବ ଜୟତେ!

ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କୁ ଆଜିର ଦିନରେ ଭଗତ୍ ସିଂ ବୋଲି କହିଛନ୍ତି । ଏହା ଦ୍ୱିତୀୟ ସ୍ୱାଧୀନତା ଲଢେଇ ବୋଲି କେଜ୍ରିୱାଲ କହିଛନ୍ତି ।

ସୂଚନା ଅନୁଯାୟୀ, ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ରୁଜୁ ହୋଇଥିବା ଏଫ୍ଆଇଆରରେ ମନୀଷ ସିସୋଦିଆଙ୍କ ନାମ ଶୀର୍ଷରେ ରହିଛି । ସିସୋଦିଆ ବ୍ୟତୀତ ଅନୁସନ୍ଧାନକାରୀ ସଂସ୍ଥା ଏହି ମାମଲାରେ ଆହୁରି ୧୪ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଛି । ନିକଟରେ ମଦୀଷ ସିସୋଦିଆଙ୍କ ଘନିଷ୍ଠ ସହଯୋଗୀ ସମୀର ମହେନ୍ଦ୍ରଙ୍କୁ ଗିରଫ କରିଥିଲା ଇଡି।

Leave A Reply

Your email address will not be published.