ଭୁବନେଶ୍ବର: ପୁଣି ଆରମ୍ଭ ହେଲା ଜୋରଦାର ଚେକିଂ। ଅମାନିଆଙ୍କୁ ସାବାଡ କରିବା ପାଇଁ ପରିବହନ ବିଭାଗର ସ୍ପେଶାଲ୍ ଡ୍ରାଇଭ୍ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଡ୍ରାଇଭରେ ଯାନବାହାନ ଗୁଡ଼ିକର କଡାକଡି ହେବ ଯାଞ୍ଚ। ତେବେ ସକାଳ ୯ଟା ଠାରୁ ୨ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଯାଞ୍ଚ କରାଯିବ । ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଯାଞ୍ଚକୁ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ସ୍ପେଶାଲ ଡ୍ରାଇଭ୍ ରେ ଦ୍ରୁତ ଗତିରେ ଗାଡି ଚଲାଇବା, ହେଲମେଟ ନପିନ୍ଧିବା, ଗାଡି ଚଲାଇବା ସମୟରେ ମୋବାଇଲ ଫୋନ୍ ବ୍ୟବହାର କରିବା ଓ ଟ୍ରାଫିକ ନିୟମ ଉଲ୍ଲଂଘନ ଆଦି ଉପରେ ନଜର ରଖିବେ ଉଭୟ ପୋଲିସ ଓ ପରିବହନ ବିଭାଗ । ନିୟମ ଉଲ୍ଲଂଘନ କଲେ ୩ ମାସ ପର୍ଯ୍ୟନ୍ତ ଡ୍ରାଇଭଂ ଲାଇସେନ୍ସ ବାତିଲ ହେବା ସହ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ ।
ପ୍ରମୁଖ ଖବର
ଶିଶୁ ଫର୍ମୁଲା ଫୁଡ୍କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍ଟି ସୁପରିନଟେଣ୍ଡଣ୍ଟ