ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

କିଏ ହେବ କଂଗ୍ରେସ ସଭାପତି ?

0

ନୂଆଦିଲ୍ଲୀ; କଂଗ୍ରେସ ସଭାପତି ପଦ ପାଇଁ ଆଜି ଭୋଟ୍ ଗଣତି ଆରମ୍ଭ ହୋଇଗଲାଣି। । ମଲ୍ଲିକାର୍ଜୁନ ଖଡଗେ ନହେଲେ ଶଶୀ ଥରୁର ହେବେ କଂଗ୍ରେସ ସଭାପତି । ୨୪ ବର୍ଷ ପରେ ଗାନ୍ଧୀ ପରିବାର ବାହାରେ ଜଣେ ନେତା ଦେଶର ସର୍ବ ପୁରାତନ ଦଳର ସଭାପତି ଭାବରେ ନିର୍ବାଚିତ ହେବେ। ଏହାପୂର୍ବରୁ ସୀତାରାମ କେସରୀ ଅଣ-ଗାନ୍ଧୀ ସଭାପତି ଥିଲେ ।

କଂଗ୍ରେସ ମୁଖ୍ୟାଳୟରେ ଦିନ ୧୦ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିବା ବେଳେ ମଧ୍ୟାହ୍ନ ପରେ ଫଳାଫଳ ଘୋଷଣା କରାଯିବ। ବିଜୟ ରେସ୍‌ରେ ସବୁଠୁ ଆଗରେ ରହିଛନ୍ତି ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ । କୁହାଯାଉଛି, ନୂଆ ସଭାପତି ଦାୟିତ୍ୱ ନେବା ପରେ କଂଗ୍ରେସକୁ ମିଳିପାରେ ସଞ୍ଜିବନୀ ।

ଦେଶର ସମସ୍ତ ମତଦାନ କେନ୍ଦ୍ରରୁ ବାଲାଟ ବାକ୍ସକୁ କଂଗ୍ରେସ ମୁଖ୍ୟାଳୟକୁ ଅଣାଯାଇଛି । ଭୋଟ ଗଣତି ଦଳୀୟ ଅଫିସରେ ହେବ । “ଉଭୟ ପ୍ରାର୍ଥୀଙ୍କ ଏଜେଂଟ ବ୍ୟତୀତ ସେମାନଙ୍କର ସମର୍ଥକମାନେ ଭୋଟ୍ ଗଣତି ଅବସରରେ କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚିବେ । କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ସମେତ ପ୍ରାୟ ୯,୫୦୦ ପ୍ରତିନିଧୀ ସୋମବାର ଦଳର ନୂଆ ସଭାପତି ଚୟନ କରିବାକୁ ଭୋଟ୍ ଦେଇଥିଲେ । କଂଗ୍ରେସ ଦଳର ୧୩୭ ବର୍ଷର ଇତିହାସରେ ଷଷ୍ଠ ଥର ପାଇଁ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.