ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

କିଏ ହେବ କଂଗ୍ରେସ ସଭାପତି ?

0

ନୂଆଦିଲ୍ଲୀ; କଂଗ୍ରେସ ସଭାପତି ପଦ ପାଇଁ ଆଜି ଭୋଟ୍ ଗଣତି ଆରମ୍ଭ ହୋଇଗଲାଣି। । ମଲ୍ଲିକାର୍ଜୁନ ଖଡଗେ ନହେଲେ ଶଶୀ ଥରୁର ହେବେ କଂଗ୍ରେସ ସଭାପତି । ୨୪ ବର୍ଷ ପରେ ଗାନ୍ଧୀ ପରିବାର ବାହାରେ ଜଣେ ନେତା ଦେଶର ସର୍ବ ପୁରାତନ ଦଳର ସଭାପତି ଭାବରେ ନିର୍ବାଚିତ ହେବେ। ଏହାପୂର୍ବରୁ ସୀତାରାମ କେସରୀ ଅଣ-ଗାନ୍ଧୀ ସଭାପତି ଥିଲେ ।

କଂଗ୍ରେସ ମୁଖ୍ୟାଳୟରେ ଦିନ ୧୦ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିବା ବେଳେ ମଧ୍ୟାହ୍ନ ପରେ ଫଳାଫଳ ଘୋଷଣା କରାଯିବ। ବିଜୟ ରେସ୍‌ରେ ସବୁଠୁ ଆଗରେ ରହିଛନ୍ତି ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ । କୁହାଯାଉଛି, ନୂଆ ସଭାପତି ଦାୟିତ୍ୱ ନେବା ପରେ କଂଗ୍ରେସକୁ ମିଳିପାରେ ସଞ୍ଜିବନୀ ।

ଦେଶର ସମସ୍ତ ମତଦାନ କେନ୍ଦ୍ରରୁ ବାଲାଟ ବାକ୍ସକୁ କଂଗ୍ରେସ ମୁଖ୍ୟାଳୟକୁ ଅଣାଯାଇଛି । ଭୋଟ ଗଣତି ଦଳୀୟ ଅଫିସରେ ହେବ । “ଉଭୟ ପ୍ରାର୍ଥୀଙ୍କ ଏଜେଂଟ ବ୍ୟତୀତ ସେମାନଙ୍କର ସମର୍ଥକମାନେ ଭୋଟ୍ ଗଣତି ଅବସରରେ କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚିବେ । କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ସମେତ ପ୍ରାୟ ୯,୫୦୦ ପ୍ରତିନିଧୀ ସୋମବାର ଦଳର ନୂଆ ସଭାପତି ଚୟନ କରିବାକୁ ଭୋଟ୍ ଦେଇଥିଲେ । କଂଗ୍ରେସ ଦଳର ୧୩୭ ବର୍ଷର ଇତିହାସରେ ଷଷ୍ଠ ଥର ପାଇଁ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.