ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଆଖି ବୁଜିଲା ବାଘୁଣୀ ‘ବିଜୟା’

0

ଭୁବନେଶ୍ବର; ଆଖି ବୁଜିଲା ନନ୍ଦନକାନନରେ ଥିବା ବାଘୁଣୀ ‘ବିଜୟା’ । ସେ ଗତ ୯ ତାରିଖରେ କୌଣସି କାରଣକୁ ନେଇ ଅସୁସ୍ଥ ହୋଇ ପଡ଼ିଥିଲା। ୧୪ତାରିଖରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସ୍ଵତନ୍ତ୍ର ଏନକ୍ଲୋଜର ଭିତରରେ ରଖି ତାର ପରୀକ୍ଷା ନିରୀକ୍ଷା ସହ ଚିକିତ୍ସା କରୁଥିଲେ ନନ୍ଦନକାନନ ଓ ଓୟୁଏଟିର ସ୍ଵତନ୍ତ୍ର ୪ଜଣିଆ ଡାକ୍ତରୀ ଦଳ । ହେଲେ ଡାକ୍ତରୀ ଦଳ ତା’ ଜୀବନ ରକ୍ଷା କରିବାରେ ବିଫଳ ହୋଇଛନ୍ତି।

ମୃତ୍ୟୁ ବେଳକୁ ତା’ର ବୟସ ପ୍ରାୟ ୧୨ବର୍ଷ ହୋଇଥିଲା । ଶେଷ ଥର ୩ଟି ଶବକ ଜନ୍ମ କରିବା ପରେ ସେ ଅସୁସ୍ଥ ହୋଇଥିଲା। ଏହି ସମୟରେ ଚିକିତ୍ସା ପାଇ ସୁସ୍ଥ ହୋଇଥିଲା। ହେଲେ ହଠାତ୍ ପୁନଃ ଅସୁସ୍ଥତା ସହ ତାର ମୃତ୍ୟୁ ହୋଇଛି । ତେବେ କେଉଁ କାରଣରୁ ମୃତ୍ୟୁ ହୋଇଛି ବ୍ୟବଚ୍ଛେଦ ପରେ ଜଣା ପଡ଼ିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି । ‘ବିଜୟା’ ମୃତ୍ୟୁ ପରେ ନନ୍ଦନକାନନରେ ୨୫ରେ ପହଞ୍ଚିଛି ବାଘ ସଂଖ୍ୟା ।

Leave A Reply

Your email address will not be published.