ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଆଜି ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍

0

ମେଲମର୍ଣ୍ଣ; ଆଜି ଟି-୨୦ ବିଶ୍ୱକପରେ ମହାମୁକାବିଲା । ମୁହାଁମୁହିଁ ହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ହେବ ଏହି ହାଇଭୋଲ୍ଟେଜ ମ୍ୟାଚ୍ । ଉଭୟ ଦଳ ନିଜ ପ୍ରତିଦ୍ବନ୍ଦୀକୁ ମାତ୍ ଦେବା ଲକ୍ଷ୍ୟରେ ରହିବେ । ଜଣେ ପ୍ରତିଶୋଧ ନେବାକୁ ଅପେକ୍ଷା କରିଥିବା ବେଳେ ଆଉ ଜଣେ ରେକର୍ଡ ଧାରା ବଜାୟ ରଖିବାକୁ ଭରପୁର ପ୍ରୟାସ କରିବ ।୨୦୨୧ ଟି-୨୦ ବିଶ୍ୱକପରେ ଭାରତକୁ ହରାଇ ପାକିସ୍ତାନ ତା’ର ପ୍ରଥମ ବିଜୟ ହାସଲ କରିଥିଲା। ଏବେ ଭାରତ ଏହାର ବଦଲା ନେବା ମୁଡରେ ରହିଛି। ଅବଶ୍ୟ ୨୦୨୧ରେ ଗୋଟିଏ ମ୍ୟାଚରେ ଟିମ ଇଣ୍ଡିଆ ଓ ଆଉ ଗୋଟିଏ ମ୍ୟାଚ୍‌ରେ ପାକିସ୍ତାନ ଜିତିଥିଲା।

ତେଣୁ ଆଜି ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ। ଏପଟେ ପାକିସ୍ତାନ ବୋଲରଙ୍କୁ ଦିଗହରା କରିବାକୁ ଟିମ୍ ଇଣ୍ଡିଆ ସୂର୍ଯ୍ୟକୁମାର ଯାଦବ, ବିରାଟ କୋହଲିଙ୍କ ଭଳି ଧୁରନ୍ଦର ବ୍ୟାଟସମ୍ୟାନଙ୍କ ଉପରେ ଭରସା ରଖିଥିବା ବେଳେ ପାକିସ୍ତାନ ମଧ୍ୟ ମହମ୍ମଦ ରିଜୱାନ ଏବଂ ବାବର ଆଜମଙ୍କ ଜରିଆରେ ଟିମ୍ ଇଣ୍ଡିଆକୁ ମାତ୍ ଦେବାକୁ ପ୍ରୟାସ କରିବ ।

ତେବେ ଭାରତକୁ ଅଡୁଆରେ ପକାଇ ପାରନ୍ତି ପାକିସ୍ତାନର ବୋଲର ଶାହୀନ ଶାହ ଆଫ୍ରିଦି । କାରଣ ୨୦୨୧ରେ ପାକିସ୍ତାନ ଦ୍ରୁତ ବୋଲର ଶାହୀନ ଆଫ୍ରିଦି ଦମଦାର ପ୍ରଦର୍ଶନ କରିଥିଲେ। ସେ ନିଜର ଘାତକ ବୋଲିଂ ବଳରେ ରୋହିତ ଶର୍ମା, କେଏଲ ରାହୁଲ ଓ ବିରାଟ କୋହଲିଙ୍କୁ ଆଉଟ କରି ଭାରତର ରନ ସଂଗ୍ରହ ହାରରେ ରୋକ ଲଗାଇ ଦେଇଥିଲେ।କିନ୍ତୁ ଆଜିର ମ୍ୟାଚରେ ବର୍ଷା ବାଧକ ସାଜିପାରେ । ମେଲବର୍ଣ୍ଣରେ ୭୦ ପ୍ରତିଶତ ବର୍ଷା ହେବାର ଆଶଙ୍କା ରହିଛି । ତେବେ ଏହାରି ମଧ୍ୟରେ ସୁପରସଣ୍ଡେର ସୁପର ଶୋ ଦେଖିବାକୁ ଅପେକ୍ଷା କରିିଛନ୍ତି ଫ୍ୟାନ ।

Leave A Reply

Your email address will not be published.