ପ୍ରମୁଖ ଖବର

ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍‌ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା

କେମିତି ରହିବ ନଭେମ୍ବର ମାସ ର ପାଣିପାଗ?

0

ଭୁବନେଶ୍ବର; ଆଜି ଭାରତୀୟ ପାଣିପାଗ ବିଭାଗ ତରଫ ରୁ ନଭେମ୍ବର ମାସ ପାଇଁ ଦୀର୍ଘ କାଳୀନ ପାଣିପାଗ ଆକଳନ ଜାରି କରାଯାଇଛି। ଆକଳନ ଅନୁସାରେ ଚଳିତ ମାସ ରେ ଦେଶ ର ଅଧିକାଂଶ ସ୍ଥାନ ରେ ସ୍ଵାଭାବିକ କିମ୍ବା ସ୍ଵାଭାବିକ ଠାରୁ ଅଧିକ ବର୍ଷା ର ପ୍ରଭାବ ରହିବ। କେବଳ ଦକ୍ଷିଣ ଭାରତ ର କିଛି ଅଞ୍ଚଳ, ଉତ୍ତର ପଶ୍ଚିମ ଓ ଉତ୍ତର ପୂର୍ବ ଭାରତ ର କିଛି ଅଞ୍ଚଳ ରେ କମ୍ ବର୍ଷା ହୋଇପାରେ।

ସେହିପରି ଚଳିତ ମାସ ରେ ସର୍ବୋଚ୍ଚ ତାପମାତ୍ରା (ଦିନ ତାପମାତ୍ରା) ଦେଶର ଅଧିକାଂଶ ସ୍ଥାନ ରେ ସ୍ଵାଭାବିକ କିମ୍ବା କମ୍ ରହିପାରେ, କେବଳ ଉତ୍ତର ପୂର୍ବ , ଉତ୍ତର ପଶ୍ଚିମ ଭାରତ ର ଅନେକ ଅଞ୍ଚଳ ସହ ପୂର୍ବ ଭାରତ ର କିଛି ଅଞ୍ଚଳ ରେ ଦିନ ତାପମାତ୍ରା ସ୍ଵାଭାବିକ କିମ୍ୱା ଏହା ଠାରୁ ଅଧିକ ରହିବାର ସମ୍ଭାବନା ଅଛି।
ଅନ୍ୟପକ୍ଷେ ସର୍ବନିମ୍ନ ତାପମାତ୍ରା (ରାତି ତାପମାତ୍ରା) ଦେଶ ର ଅଧିକାଂଶ ସ୍ଥାନ ରେ ସ୍ଵାଭାବିକ କିମ୍ୱା ଏହା ଠାରୁ ଅଧିକ ରହିପାରେ । କେବଳ ଉତ୍ତର ପଶ୍ଚିମ ଭାରତ ଓ ହିମାଳୟ ପାଦ ଦେଶ କିଛି ଅଞ୍ଚଳ ରେ ରାତି ତାପମାତ୍ରା ସ୍ଵାଭାବିକ ଠାରୁ କମ୍ ରହିବ।

ଓଡ଼ିଶା ରେ ନଭେମ୍ବର ମାସ ରେ ବର୍ଷା ର ପ୍ରଭାବ ରହିବ। ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶା ରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ଉପକୂଳ ଓଡ଼ିଶା ର ଅଧିକାଂଶ ଅଞ୍ଚଳ ସହ ଉତ୍ତର ଓ ଉତ୍ତର ଉପକୂଳ ଓଡ଼ିଶା ରେ ସ୍ଵାଭାବିକ କିମ୍ବା ସ୍ଵାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶା ଓ ଉତ୍ତର ଆଭ୍ୟନ୍ତର ଓଡ଼ିଶା ର ଅନେକ ଅଞ୍ଚଳ ରେ ସ୍ଵାଭାବିକ ବର୍ଷା ସମ୍ଭାବନା ରହିଛି। ସେହିପରି ନଭେମ୍ବର ମାସ ରେ ରାତି ତାପମାତ୍ରା ସ୍ଵାଭାବିକ ଠାରୁ ଅଧିକ ରହିବା ହେତୁ ଶୀତ ର ପ୍ରଭାବ କମ୍ ରହିବା ସମ୍ଭାବନା ରହିଛି।

ବର୍ତ୍ତମାନ ବିଷୁବ ରେଖୀୟ ପ୍ରଶାନ୍ତ ମହାସାଗର ରେ ଲା ନିନା ସ୍ଥିତି ଓ ଭାରତ ମହାସାଗର ରେ ନେଗେଟିଭ ଆଇ ଓ ଡି ରହିଛି। ଗ୍ଲୋବାଲ ମଡେଲ ଙ୍କ ଆକଳନ ଅନୁଯାୟୀ ଆସନ୍ତା ସିଜିନ ଯାଏଁ ଲା ନିନା ସ୍ଥିତି ରହିବ ଏବଂ ନେଗେଟିଭ ଆଇ ଓ ଡି ଆସନ୍ତା ମାସ ମାନଙ୍କରେ ଦୁର୍ବଳ ହୋଇଯିବ।

ସାର୍ଥକ ମିଶ୍ର

Leave A Reply

Your email address will not be published.