ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ଓଡ଼ିଶାରେ ପ୍ରଥମ ଥର ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌-୨ରେ ରାଡିଏଲ୍ ଇବିୟୁଏସ୍‌-ଗାଇଡେଡ୍ କ୍ରାୟୋବାୟୋପ୍ସି ପ୍ରକ୍ରିୟାରେ ଚିକିତ୍ସା

0

ଭୁବନେଶ୍ୱର: ଓଡ଼ିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ -୨, ଫୁଲନଖରା । ରାଜ୍ୟରେ ପ୍ରଥମ ଥର ପାଇଁ ସମ ହସ୍ପିଟାଲ-୨ରେ ଏଣ୍ଡୋବ୍ରୋଙ୍କିଆଲ୍ ଅଲ୍‌ଟ୍ରାସାଉଣ୍ଡ (ଇବିୟୁଏସ)- ଗାଇଡେଡ କ୍ରାୟୋବାୟୋପ୍ସି ପ୍ରକ୍ରିୟାରେ ଫୁସ୍‌ଫୁସ୍‌ରେ ସୃଷ୍ଟି ହୋଇଥିବା କ୍ଷତ ସ୍ଥାନର ମାଂସ ପରୀକ୍ଷା ପାଇଁ କଢ଼ାଯାଇଛି।
ଜଣେ ୭୫ ବର୍ଷୀୟା ବୃଦ୍ଧା ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା ସହ କଫ ଏବଂ ହେମୋପଟାଇସିସ ଭଳି ସମସ୍ୟାରେ ୨ ମାସ ହେବ ପୀଡ଼ିତ ଥିଲେ। ଛାତିରେ ସିଟି ସ୍କାନ୍ ଦ୍ୱାରା ବାମ ପଟ ଫୁସଫୁସରେ ଏକ କ୍ଷତ ଥିବା ଜଣାପଡ଼ିଥିଲା। ଚିରାଚରିତ ବାୟୋପ୍ସି ପ୍ରକ୍ରିୟାରେ ଚିକିତ୍ସାରେ ସମସ୍ୟା ଉପୁଜୁଥିବା ବେଳେ ଏହି ଅତ୍ୟାଧୁନିକ ରାଡିଏଲ୍ ଇବିୟୁଏସ ଏବଂ କ୍ରାୟୋବାୟୋପ୍ସି ଦ୍ୱାରା ଡାକ୍ତରୀ ଟିମ ଉଚ୍ଚମାନର ଟିସ୍ୟୁ ନମୂନା ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ।
ପରବର୍ତୀ ସମୟରେ ହିଷ୍ଟୋପାଥୋଲଜି ଦ୍ୱାରା ଏହି କ୍ଷତ ଟ୍ୟୁବରକ୍ୟୁଲାର ଥିବାର ଜଣାପଡ଼ିବା ସହ ଉପଯୁକ୍ତ ଚିକିତ୍ସାର ରାସ୍ତା ବାହାରିପାରିଥିଲା।
ଏହି ପ୍ରକ୍ରିୟାରେ ପଲମୋନାରୀ ମେଡିସିନ ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ସ୍ୱଦେଶ କୁମାର ମହାନ୍ତି ନେତୃତ୍ୱ ନେଇଥିବା ବେଳେ ତାଙ୍କୁ ଡାକ୍ତର ରଚିତା ମହାନ୍ତି ଏବଂ ଡାକ୍ତର ସୂର୍ଯ୍ୟ ଶଙ୍କର ମେହେର ଓ ଆନେସ୍‌ଥେସିଆ ବିଭାଗ ପକ୍ଷରୁ ସମସ୍ତ ସହଯୋଗ କରାଯାଇଥିଲା।
ଏହା କେବଳ ଏକ ଡାକ୍ତରୀ ସଫଳତା ନୁହେଁ ବରଂ ଆନ୍ତର୍ଜାତିକ ପଲମୋନାରୀ ମେଡିସିନ କ୍ଷେତ୍ରରେ ଓଡ଼ିଶା ପାଇଁ ଏକ ବଡ଼ ପଦକ୍ଷେପ ବୋଲି ଡାକ୍ତର ମହାନ୍ତି କହିଛନ୍ତି । ଏହି ପଦ୍ଧତି ଦ୍ୱାରା ଫୁସଫୁସର ଗଭୀରତମ ସ୍ଥାନରେ ଥିବା କ୍ଷତ ନିକଟରେ ପହଂଚିପାରିବା ସହ ଏହାର ନମୂନା ସଂଗ୍ରହ କରିବାରେ ମଧ୍ୟ ସମ୍ଭବ ହୋଇପାରୁଥିବା ଡାକ୍ତର ମହାନ୍ତି କହିଛନ୍ତି ।
ଏହି ସଫଳତା ଦ୍ୱାରା ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ ଫୁସଫୁସ ସମସ୍ୟାର ଚିକିତ୍ସା ନିମନ୍ତେ ଏଭଳି ଉନ୍ନତ ଅତ୍ୟାଧୁନିକ ଚିକିତ୍ସା ଓ ପରୀକ୍ଷଣ ପ୍ରକ୍ରିୟା ଆପଣେଇବାରେ ଭାରତର ହାତଗଣତି କେନ୍ଦ୍ରଗୁଡ଼ିକ ସହ ଯୋଡ଼ି ହୋଇପାରିଥିବା ଡାକ୍ତର ମହାନ୍ତି କହିଛନ୍ତି ।

Leave A Reply

Your email address will not be published.