ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ଆଜି ମୁହଁIମୁଁହି ହେବେ ଭାରତ ଓ ବାଂଲାଦେଶ

0

ଆଡିଲେଡ; ଆଜି ଟି-୨୦ ୱାର୍ଲଡକପରେ ହାଇଭୋଲଟେଜ ମ୍ୟାଚ୍ । ଅଷ୍ଟ୍ରେଲିଆର ଆଡିଲେଡ ରେ ମୁହଁIମୁଁହି ହେବେ ଭାରତ ଓ ବାଂଲାଦେଶ । ଅପରାହ୍ନ ସାଢେ ଗୋଟାଏରେ ଉଭୟ ଦଳ ମ୍ୟାଚ୍ ଜିତି ସେମିଫାଇନାଲରେ ଏଣ୍ଟ୍ରି କରିବା ଲକ୍ଷ୍ୟରେ ରହିବେ।ଆଜିର ମ୍ୟାଚ୍‌ ଯେଉଁ ଦଳ ଜିତିବ ୬ ପଏଣ୍ଟ୍‌ ସହ ସେମିଫାଇନାଲ୍‌ ଖେଳିବା ଅଶା ଉଜ୍ଜୀବିତ ରଖିବ। ନଚେତ ‌ନିଜର ଶେଷ ମ୍ୟାଚ୍‌ ବିଜୟ ସହ ‌ଅନ୍ୟ ଦଳର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ। ଏହି ମ୍ୟାଚ୍‌ ଭାରତୀୟ ସମୟ ଅପରାହ୍ଣ ‌୧.୩୦ରେ ଖେଳାଯିବ। ଏହା ପୂର୍ବରୁ ଏଠାରେ ପୂର୍ବାହ୍ନ ୯.୩୦ରେ ନେଦରଲାଣ୍ଡ୍ସ ଓ ଜିମ୍ବାୱେ ମଧ୍ୟରେ ମ୍ୟାଚ୍‌ ଖେଳାଯିବ।

ଭାରତ ପାଇଁ ଆଜିର ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ । ଗ୍ରୁପ ଟୁରେ ଭାରତ ନମ୍ବର ଦୁଇରେ ଥିବା ବେଳେ ଶୀର୍ଷରେ ଦକ୍ଷିଣ ଆଫ୍ରିକା ରହିଛି । ଆଜି ଯଦି ଭାରତ ହାରିଯାଏ ତେବେ ସେମିଫାଇନାଲ ଖେଳିବା କଷ୍ଟସାଧ୍ୟ ହେବ । କାରଣ ବାଂଲାଦେଶ ଯଦି ପରବର୍ତି ମ୍ୟାଚରେ ପାକିସ୍ତାନକୁ ପରାଜିତ କରେ, ତେବେ ଦକ୍ଷିଣ ଆଫ୍ରିକା ସହ ସେମିଫାଇନାଲରେ ଏଂଟ୍ରି କରିିବ । ଚଳିତ ଟି-୨୦ ବିଶ୍ୱକପରେ ଉଭୟ ଦଳ ପ୍ରଥମ ତିନୋଟି ମ୍ୟାଚରୁ ଦୁଇଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ଆଉ ସେମିଫାଇନାଲରେ ସ୍ଥାନ ପକ୍କା କରିବା ଦୌଡରେ ଅଛନ୍ତି । ବାଂଲାଦେଶ, ନେଦରଲାଣ୍ଡ ଓ ଜିମ୍ବାୱେକୁ ପରାସ୍ତ କରିଛି ।

ସେହିପରି ଟିମ ଇଣ୍ଡିଆ ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଓ ଦ୍ୱିତୀୟ ମ୍ୟାଚରେ ନେଦରଲାଣ୍ଡକୁ ପରାଜିତ କରିଛି । କିନ୍ତୁ ଦକ୍ଷିଣ ଆଫ୍ରିକା ଠାରୁ ଭାରତୀୟ ଦଳ ୫ ୱିକେଟର ପରାସ୍ତ ହୋଇଥିଲା । ଭାରତ ଓ ବାଂଲାଦେଶ ମଧ୍ୟରେ ପୂର୍ବରୁ ହୋଇଥିବା ଟି-୨୦ ମୁକାବିଲାକୁ ଦେଖିଲେ ଭାରତର ପଲ୍ଲI ଭାରି ରହିଛି । ଟି୨୦ ଫର୍ମାଟରେ ଉଭୟ ଦଳ ମଧ୍ୟରେ ୨୦୦୯ ରୁ ୨୦୧୯ ମଧ୍ୟରେ ମୋଟ ୧୧ଟି ମୁକାବିଲା ହୋଇଛି । ସେଥି ମଧ୍ୟରୁ ଭାରତ ୧୦ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି ବାଂଲାଦେଶ ।

Leave A Reply

Your email address will not be published.