ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଇଡିର ନୋଟିସ୍‌

0

ଝାଡଖଣ୍ଡ; ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ୍‌ । ବେଆଇନ ଖଣି ମାମଲାରେ ଆସନ୍ତାକାଲି ହାଜର ହେବାକୁ ଇଡି ପକ୍ଷରୁ କୁହାଯାଇଛି । ତେବେ ଗୁରୁବାର ପୂର୍ବାହ୍ନ ୧୧ଟା ବେଳେ ପ୍ରବର୍ତ୍ତନ ନିର୍ଦେଶାଳୟରେ ପହଞ୍ଚିବା ପାଇଁ ସମନ୍‌ରେ ଉଲ୍ଲେଖ ଅଛି ।

ସୂଚନାନୁସାରେ; ଗତ ମାର୍ଚ୍ଚରେ ମିଶ୍ରା ଏବଂ ଅନ୍ୟମାନଙ୍କ ବିରୋଧରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟଇଡି ମାମଲା ଦାୟର କରିଥିଲା । ଆଗରୁ ଏହି ମାମଲାରେ ସୋରେନଙ୍କ ଘନିଷ୍ଠ ସହଯୋଗୀ ପଙ୍କଜ ମିଶ୍ରାଙ୍କୁ ଗିରଫ କରିସାରିଛି । ଗତ ଜୁଲାଇ ୮ରେ ପଙ୍କଜ ମିଶ୍ରା ଏବଂ ତାଙ୍କ ବ୍ୟବସାୟ ସହ ଜଡ଼ିତ ଝାଡ଼ଖଣ୍ଡର ୧୮ଟି ସ୍ଥାନ ରେଡ୍ କରିଥିଲା ଇଡି । ଅଭିଯୁକ୍ତ ପଙ୍କଜ ମିଶ୍ରା ବେଆଇନ ଭାବେ ୪୨ କୋଟି ଟାଙ୍କାର ସମ୍ପତି ହାତେଇଥିବା ଇଡି ଜାଣିବାକୁ ପାଇଛି । ଏହି ଦୁର୍ନୀତିରେ ପ୍ରାୟ ୧୦୦୦ କୋଟି ଟଙ୍କା ହେରଫେର କରାଯାଇଥିବାର ପ୍ରମାଣ ମିଳିଛି ବୋଲି ଇଡି ପକ୍ଷରୁ କୁହାଯାଇଛି ।

ପଙ୍କଜ ମିଶ୍ରା ଜଣେ ବିଧାୟକ ହୋଇଥିବାବେଳେ ସୋରେନ୍‌ଙ୍କ ଅତ୍ୟନ୍ତ ଅନୁଗତ । ତେଣୁ କ୍ଷମତାର ଅପବ୍ୟବହାର କରି ପଙ୍କଜ ଖଣି ଦୁର୍ନୀତିର ମୁଖ୍ୟ ସୂତ୍ରଧର ଥିଲେ ବୋଲି ଅଭିଯୋଗ ହୋଇଛି । ଇଡି ପକ୍ଷରୁ ଦେଶର ୪୭ଟି ସ୍ଥାନରେ ଚଢଉ କରାଯାଇ ଏପର୍ଯ୍ୟନ୍ତ ନଗଦ ୫.୩୪ କୋଟି ଟଙ୍କା ଜବତ କରାଯାଇଥିବାବେଳେ ୧୩.୩୨ କୋଟି ଟଙ୍କାର ବ୍ୟାଙ୍କ ଆକାଉଣ୍ଟକୁ ସିଲ୍ କରାଯାଇଛି ।

Leave A Reply

Your email address will not be published.