ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

କଂଗ୍ରେସର ଟ୍ବିଟର ହ୍ୟାଣ୍ଡଲ ବ୍ଲକ ଲାଗି କୋର୍ଟଙ୍କ ନିର୍ଦ୍ଦେଶ

0

ବେଙ୍ଗାଲୁରୁ: କଂଗ୍ରେସ ଓ ଭାରତ ଯୋଡ ଯାତ୍ରାରେ ଟ୍ୱିଟର ହ୍ୟାଣ୍ଡଲ ଉପରେ ସାମୟିକ ରୋକ ଲଗାଇଛନ୍ତି କୋର୍ଟ । କପିରାଇଟ ଆକ୍ଟ ଅନୁସାରେ କୋର୍ଟ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଚାଲିଥିବା ଭାରତ ଯୋଡୋ ଯାତ୍ରାରେ କେଜିଏଫ-୨ର ଏକ ଗୀତକୁ ବ୍ୟବହାର କରାଯାଉଥିବାରୁ ଦଳ ବିରୋଧରେ କପିରାଇଟ ମାମଲା ରୁଜୁ କରିଥିଲା ଏକ ମ୍ୟୁଜିକ ଫାର୍ମ । କଂଗ୍ରେସକୁ କୋର୍ଟ ପକ୍ଷରୁ ବଡ ଝଟକା ମିଳିଛି । । ଭାରତ ଯୋଡ ଯାତ୍ରାରେ ମାର୍କେଟିଂ ଭିଡିଓରେ ବ୍ୟବହାର କରାଯାଇଥିବା ଏକ ଗୀତକୁ ନେଇ ବିବାଦ ଦେଖାଦେଇଥିଲା । କେଜିଏଫ ଫିଲ୍ମର ନିର୍ମାତା ଅଭିଯୋଗ କରିଛନ୍ତି , ଏହି ଭିଡିଓରେ ଫିଲ୍ମର ଗୀତକୁ ବ୍ୟବହାର କରାଯାଇଛି । ଆବେଦନୀକାରୀ କୋର୍ଟରେ ଏକ ସିଡି ମାଧ୍ୟମରେ କହିଛନ୍ତି, ସାମାନ୍ୟ ପରିବର୍ତନ କରାଯାଇ କେଜିଏଫର ଗୀତକୁ ଭିଡିଓରେ ବ୍ୟବହାର କରାଯାଇଛି । ସେହିଭଳି ଟ୍ୱିଟର ହ୍ୟାଣ୍ଡଲରୁ ଗୀତଗୁଡିକୁ ହଟାଇବାକୁ ବି ନିର୍ଦ୍ଦେଶ ଦିଆଯାଇଛି।

ମାମଲାର ଶୁଣାଣି କରି ଆକାଉଣ୍ଟର ସାମୟିକ ବ୍ଲକ ଲାଗି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହି ଗୀତର ବ୍ୟବହାର କରିଥିବାରୁ ଏମଆରଟି ମ୍ୟୁଜିକ ପକ୍ଷରୁ ଏମ. ନବୀନ କୁମାର ଏକ ମାମଲା ଦାୟର କରିଥିଲେ । କଂଗ୍ରେସ ନେତା ଜୟରାମ ରମେଶ ଯାତ୍ରାର ଦୁଇଟି ଭିଡିଓ ପୋଷ୍ଟ କରିଥିବାବେଳେ କେଜିଏଫ ଗୀତକୁ ବ୍ୟବହାର କରିଥିଲେ ।

Leave A Reply

Your email address will not be published.