ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଆଜିଠୁ ଆରମ୍ଭ ହେଲା କଟକ ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା

0

କଟକ: ଆଜିଠୁ ଆରମ୍ଭ ହୋଇଯାଇଛି ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା । କରୋନା ଯୋଗୁଁ ୨ ବର୍ଷ ପରେ ଯାତ୍ରା ହେଉଥିବାରୁ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହେବ। ମହାନଦୀ ପଠାରେ ୯ ଦିନ ଧରି ଚାଲିବ ଏହି ମେଳା ।ଏଥର ୧୪୦୦ ଷ୍ଟଲ ଓ ୨ ହଜାରରୁ ଅଧିକ ବ୍ୟବସାୟୀଙ୍କୁ ନେଇ ହେଉଛି ଏହି ବାଲିଯାତ୍ରା । ଆଜି ସଂଧ୍ୟାରେ ଆନୁଷ୍ଠାନିକ ଭାବେ ମେଳାକୁ ଉଦଘାଟନ କରାଯିବ । ଦୋଳି ମୀନା ବଜାର ସାଙ୍ଗକୁ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଯାତ୍ରାର ମୁଖ୍ୟ ଆକର୍ଷଣ ହେବ । ଚଳିତ ବର୍ଷ ବାଲିଯାତ୍ରାରେ ପ୍ରଥମ ଥର ପାଇଁ ଲେଜର ଲାଇଟ ସୋ, କଟକ ଇନ କଟକ ପାଭେଲିୟନ ପରିକଳ୍ପନା କରାଯାଇଛି ।ଏଥର ସିଏମସି ପକ୍ଷରୁ କ୍ଲିନ୍ ବାଲିଯାତ୍ରା, ଗ୍ରୀନ ବାଲିଯାତ୍ରା ସ୍ଲୋଗାନ ଦିଆଯାଇଛି।

ଅନ୍ୟପକ୍ଷରେ ଦୁଇ ବର୍ଷ ପରେ ବାଲିଯାତ୍ରା ଅନୁଷ୍ଠିତ ହେଉଥିବାରୁ ଲକ୍ଷାଧିକ ଲୋକଙ୍କ ସମାଗମ ହେବ । ଏହାକୁ ନଜରରେ ରଖି ସାଧାରଣ ଲୋକ କିପରି ଶାନ୍ତି ଶୃଙ୍ଖଳାରେ ଯାତ୍ରା ବୁଲିବେ ତାହା ଉପରେ ପୋଲିସ କଡ଼ା ନଜର ରଖିଛି । କମିସନରେଟ୍‌ ପୋଲିସ ପକ୍ଷରୁ ୫୦ ପ୍ଲାଟୁନ୍ ଫୋର୍ସ ବ୍ୟବସ୍ଥା କରାଯାଇଛି । ସିସିଟିଭି କ୍ୟାମେରା ସାଙ୍ଗକୁ ତଳ ଓ ଉପର ବାଲି ଯାତ୍ରା ପଡ଼ିଆରେ ୧୧ଟି ପୋଲିସ ସହାୟତା କେନ୍ଦ୍ର ରହିବ । ଏଥିସହ ଚଳିତବର୍ଷ ନୂତନ କରି ଚାରୋଟି ପୁଲିସ ସପୋର୍ଟ ପୋଷ୍ଟ ଖୋଲାଯିବ ଯେଉଁଥିରେ ଜନ ସାଧାରଣଙ୍କ ସମସ୍ୟା ହେଲେ ଥାନାକୁ ନ ଯାଇ ଅନସ୍ପଟ ଏକ ଫର୍ମ ଯୋଗେ ଏତଲା ଦେଇ ପାରିବ।

ଏପଟେ ବାଲିଯାତ୍ରା ପାଇଁ ସଜେଇ ହେଉଛି ଭୁବନେଶ୍ୱର ଉପକଣ୍ଠ କୁଆଖାଇ ପଠା। ଦୁଇ ବର୍ଷ ପରେ ଜମିବ ଭୁବନେଶ୍ୱର ବାଲିଯାତ୍ରା। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏଥର ଯାତ୍ରାକୁ ଆକର୍ଷଣୀୟ କରିବାକୁ ଅଂଟା ଭିଡିଛି ବାଲିଯାତ୍ରା କମିଟି। ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମର ଯୋଜନା ରହିଛି। ଦର୍ଶକଙ୍କ ମନୋରଂଜନ ପାଇଁ ଓଲିଉଡ୍ ସମେତ ବଲିଉଡରୁ ଆସିବେ ନାମୀଦାମୀ ଗାୟକ ଓ କଳାକାର। ଯାତ୍ରାର ମୁଖ୍ୟ ଆକର୍ଷଣ ସାଜିବ ମୀନାବଜାର। ୩ ଶହ ଷ୍ଟଲରେ ନିଜ ନିଜର ପସରା ମେଲିବେ ରାଜ୍ୟ ଏବଂ ବାହାର ରାଜ୍ୟର ବ୍ୟବସାୟୀ। ପଡିଆକୁ ପ୍ରବେଶ ପାଇଁ ତିଆରି ହୋଇଛି ତିନି ତିନିଟି ଗେଟ୍।

ତେବେ ଭିଡକୁ ଆଖି ଆଗରେ ରଖି, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, ଏଠାରେ ଟ୍ରାଫିକ ଓ ପାର୍କିଂ ଉପରେ ଦିଆଯାଇଛି ବିଶେଷ ଗୁରୁତ୍ୱ। ଯାତ୍ରା ସମୟରେ ଭାରିଯାନ ଚଳାଚଳ ବନ୍ଦ ରହିବ। ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିବ। ୮ରୁ ୧୦ ପ୍ଲାଟୁନ ଫୋର୍ସ ସହ ବାଲିଯାତ୍ରାକୁ ଜଗିବେ ସ୍ୱତନ୍ତ୍ର ସ୍କ୍ୱାଡ୍।

Leave A Reply

Your email address will not be published.