ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

କଂଗ୍ରେସର ଟ୍ବିଟର ହ୍ୟାଣ୍ଡଲ ବ୍ଲକ ଲାଗି କୋର୍ଟଙ୍କ ନିର୍ଦ୍ଦେଶ

0

ବେଙ୍ଗାଲୁରୁ: କଂଗ୍ରେସ ଓ ଭାରତ ଯୋଡ ଯାତ୍ରାରେ ଟ୍ୱିଟର ହ୍ୟାଣ୍ଡଲ ଉପରେ ସାମୟିକ ରୋକ ଲଗାଇଛନ୍ତି କୋର୍ଟ । କପିରାଇଟ ଆକ୍ଟ ଅନୁସାରେ କୋର୍ଟ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଚାଲିଥିବା ଭାରତ ଯୋଡୋ ଯାତ୍ରାରେ କେଜିଏଫ-୨ର ଏକ ଗୀତକୁ ବ୍ୟବହାର କରାଯାଉଥିବାରୁ ଦଳ ବିରୋଧରେ କପିରାଇଟ ମାମଲା ରୁଜୁ କରିଥିଲା ଏକ ମ୍ୟୁଜିକ ଫାର୍ମ । କଂଗ୍ରେସକୁ କୋର୍ଟ ପକ୍ଷରୁ ବଡ ଝଟକା ମିଳିଛି । । ଭାରତ ଯୋଡ ଯାତ୍ରାରେ ମାର୍କେଟିଂ ଭିଡିଓରେ ବ୍ୟବହାର କରାଯାଇଥିବା ଏକ ଗୀତକୁ ନେଇ ବିବାଦ ଦେଖାଦେଇଥିଲା । କେଜିଏଫ ଫିଲ୍ମର ନିର୍ମାତା ଅଭିଯୋଗ କରିଛନ୍ତି , ଏହି ଭିଡିଓରେ ଫିଲ୍ମର ଗୀତକୁ ବ୍ୟବହାର କରାଯାଇଛି । ଆବେଦନୀକାରୀ କୋର୍ଟରେ ଏକ ସିଡି ମାଧ୍ୟମରେ କହିଛନ୍ତି, ସାମାନ୍ୟ ପରିବର୍ତନ କରାଯାଇ କେଜିଏଫର ଗୀତକୁ ଭିଡିଓରେ ବ୍ୟବହାର କରାଯାଇଛି । ସେହିଭଳି ଟ୍ୱିଟର ହ୍ୟାଣ୍ଡଲରୁ ଗୀତଗୁଡିକୁ ହଟାଇବାକୁ ବି ନିର୍ଦ୍ଦେଶ ଦିଆଯାଇଛି।

ମାମଲାର ଶୁଣାଣି କରି ଆକାଉଣ୍ଟର ସାମୟିକ ବ୍ଲକ ଲାଗି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହି ଗୀତର ବ୍ୟବହାର କରିଥିବାରୁ ଏମଆରଟି ମ୍ୟୁଜିକ ପକ୍ଷରୁ ଏମ. ନବୀନ କୁମାର ଏକ ମାମଲା ଦାୟର କରିଥିଲେ । କଂଗ୍ରେସ ନେତା ଜୟରାମ ରମେଶ ଯାତ୍ରାର ଦୁଇଟି ଭିଡିଓ ପୋଷ୍ଟ କରିଥିବାବେଳେ କେଜିଏଫ ଗୀତକୁ ବ୍ୟବହାର କରିଥିଲେ ।

Leave A Reply

Your email address will not be published.