ପ୍ରମୁଖ ଖବର

ଝାରଖଣ୍ଡ ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ
ଏନସିପିରେ ଯୋଗଦେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି
ସ୍ୱାଭାବିକ ହେଲା ଭୁବନେଶ୍ୱର ବିମାନସେବା
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମାଓବାଦୀ ନିହତ
ବ୍ରହ୍ମବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ
ବାତ୍ୟାରେ ଘର ଭାଙ୍ଗିଯାଇଥିବା ପରିବାରକୁ ମିଳିବ ପକ୍କା ଘର: ରାଜସ୍ବ ମନ୍ତ୍ରୀ
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

ବନ୍ଧୁତ୍ୱପୂର୍ଣ୍ଣ ନା ମେଣ୍ଟରେ ଲଢିବେ!

0

୨୧ରେ ବିଜେପୁର ଉପନିର୍ବାଚନ, ୨୪ରେ ଗଣତି
ସୁବାସଙ୍କୁ ଥଇଥାନ କରିଛି ବିଜେଡି, ଚର୍ଚ୍ଚାରେ ରୀତା
ବିଜେପି ପ୍ରାର୍ଥୀ ଭାବେ ପ୍ରଦୀପ ପୁରୋହିତ ଆଗରେ
୨ ବର୍ଷରେ ସାମ୍ନା କଲେଣି ୩ଟି ବିଧାନସଭା ନିର୍ବାଚନ

ଭୁବନେଶ୍ୱର: ବିଜେଡି-ବିଜେପି ମେଣ୍ଟରେ ଲଢିବେ ନା ପ୍ରତିଦ୍ୱନ୍ଦ୍ୱିତାମୂଳକ ନିର୍ବାଚନ ହେବ । ଉଭୟ ବନ୍ଧୁତ୍ୱପୂର୍ଣ୍ଣ ନିର୍ବାଚନ ଲଢିବେ କି । ନିର୍ବାଚନ ବେଳେ ଉଭୟ ଦଳ ମଧ୍ୟରେ ଯେଭଳି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା, ପରସ୍ପର ପରସ୍ପର ବିରୋଧରେ ଯେ କୌଣସି ସ୍ତରକୁ ଯାଇ ପ୍ରଚାର କରୁଥିଲେ, ସେମିତି ହେବ ।

ଆସନ୍ତା ଅକ୍ଟୋବର ୨୧ ତାରିଖ ଦିନ ବିଜେପୁର ଉପନିର୍ବାଚନ ଅନୁଷ୍ଠିତ ହେବା ନେଇ ଜାତୀୟ ନିର୍ବାଚନ କମିସନଙ୍କ ଘୋଷଣା ପରେ ଏଭଳି ପୁଳା ପୁଳା ପ୍ରଶ୍ନ ରାଜନୈତିକ ପର୍ଯ୍ୟବେକ୍ଷକ ମହଲକୁ ଆନ୍ଦୋଳିତ କରୁଛି । ଏସବୁ ପ୍ରଶ୍ନ ଏଇଥିପାଇଁ ଆଲୋଚନାର ବିଷୟ ହୋଇଛି, କାରଣ ସାଧାରଣ ନିର୍ବାଚନ ସରିବାର ଠିକ୍‍ ପରେ ପରେ ଉଭୟ ବିଜେଡି-ବିଜେପି ପରସ୍ପର ଅତି ନିକଟତର ହୋଇଛନ୍ତି। ରାଜ୍ୟ ସ୍ୱାର୍ଥକୁ ଆଳ କରି ଉଭୟ ଦଳ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରୁଛନ୍ତି ।

ଗତ ତିନି ବର୍ଷ ଧରି ବିଜେପି ଯେଭଳି କଥା କଥାକେ ବିଜେଡିକୁ ଖିଙ୍କାରୀ ଗୋଡାଉଥିଲା, ଆଉ ସେଭଳି ଆଚରଣ ବା ନେତାଙ୍କ ଉଚ୍ଚାରଣରେ ଦେଖିବାକୁ ମିଳୁନାହିଁ । କେନ୍ଦ୍ରୀୟ ପ୍ରସଙ୍ଗକୁ ଆଧାର କରି ବିଜେଡି ଯେଭଳି ପ୍ରତି ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଦେଉଥିଲା, ତାହା ମଧ୍ୟ ଏବେ ଇତିହାସ ପାଲଟି ଯାଇଛି । କେନ୍ଦ୍ର ସରକାରଙ୍କ ସମସ୍ତ ବିଲ୍‍, ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବିଜେଡିର ଭୂମିକା ସକାରାତ୍ମକ ରହିିଛି, ସେମିତି ବିଜେପିର ବି । ପୁରୀରେ ବିକାଶ ନେଇ ସାଧାରଣ ଲୋକଙ୍କ ଅସନ୍ତୋଷ ଆଧାରରେ ଯେଉଁ ଆନ୍ଦୋଳନ ମୁଣ୍ଡ ଟେକୁଥିଲା, ସେଥିରେ ବିଜେପି ଅତି ଚତୁରତାର ସହିତ ନିଜର ଦାୟିତ୍ୱ ନିର୍ବାହ କରିଛି ।

ଏଭଳି ଏକ ସନ୍ଦେହ ପଛର ପୃଷ୍ଠଭୂମି କେବଳ ଏତିକି ନୁହେଁ । ଓଡ଼ିଶା ରାଜନୀତି ଇତିହାସରେ ପ୍ରଥମ ଥର ପାଇଁ କୌଣସି ରାଜନୈତିକ ଦଳ ଅଜାଚିତ ଭାବେ ନିଜ ଭାଗ ପ୍ରତିପକ୍ଷକୁ ଦେଇଛି । ଯେମିତି ଗତ ରାଜ୍ୟସଭା ନିର୍ବାଚନରେ ହେଲା । ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ନିଜ ଭାଗରୁ ଗୋଟିଏ ଆସନ ଦେଇଦେଲା ।

ସଦ୍ୟ ସମାପ୍ତ ପାଟକୁରା ଉପନିର୍ବାଚନରେ ବିଜେଡି ଓ ବିଜେପିର ସଲାକୁସ୍ତି ମଧ୍ୟ ସମସ୍ତଙ୍କୁ ଚକିତ କରିଥିଲା । ବିଜେପିର ନେତାମାନେ ଯାଇଥିଲେ, ଧୂମ୍‍ ପ୍ରଚାର କଲେ । ବିଜେଡିର ବି ମୁଖିଆ ଯାଇଥିଲେ ଓ ୪ଡଜନ ସରିକି ନେତା ସେଠାରେ ଡେରା ପକାଇ ରହିଥିଲେ । ରାଜ୍ୟ ବିଜେପି ସପକ୍ଷରେ ଜନମତ ଥାଇ ସୁଦ୍ଧା ଏହି ଆସନଟି କିନ୍ତୁ ବିଜେପି ହାତକୁ ଚାଲିଗଲା । ବିଜେପିର ଶୀର୍ଷସ୍ତରର ନେତୃତ୍ୱଙ୍କ ଆକ୍ରମଣାତ୍ମକ ପ୍ରଚାର ଦେଖିବାକୁ ମିଳିଲା ନାହିଁ । ବିଜେଡିର ପ୍ରାର୍ଥୀଙ୍କୁ ସାମ୍ନାରେ ରଖି ମଧ୍ୟ ବିଜେଡି ପ୍ରଚାର କଲା ନାହିଁ । ବରଂ ଦୁଇ ପାରମ୍ପରିକ ଶତ୍ରୁ ନବୀନ ପଟ୍ଟନାୟକ ଓ ବିଜୟ ମହାପାତ୍ରଙ୍କ ଲଢେଇ ଦେଖିଲା ପାଟକୁରା ମାଟି ଓ ଓଡ଼ିଶା । ସ୍ୱାଭାବିକ ଭାବେ ନବୀନଙ୍କର ବିଜୟ ହେଲା ।

ଏଠାରେ ପ୍ରଶ୍ନ ଉଠୁଛି, ବିଜେପୁରରେ ସେଭଳି କୌଣସି ବାଧ୍ୟବାଧକତା ଉଭୟ ଦଳ ପାଖେ ନାହିଁ । ସବୁ ରାଜନୈତିକ ପ୍ରତିବନ୍ଧକକୁ ହଟାଇ ବିଜେଡି ମଇଦାନ ଖୋଲା ରଖିଛି । ବିଜେପି ନେତା ସୁବାସ ଚୌହାନଙ୍କୁ ଇତିମଧ୍ୟରେ ଦଳ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ଥଇଥାନ କରିସାରିଲେଣି । ସେଠାରେ ପୁଣି ଥରେ ରୀତା ସାହୁଙ୍କୁ ପ୍ରାର୍ଥୀ କରିବା ନେଇ ନବୀନଙ୍କ ପାଖରେ ସେଭଳି କୌଣସି ଚାପ ନାହିଁ । କାରଣ ପ୍ରତିଶ୍ରୁତି ଅନୁସାରେ, ସେ ଗୋଟିଏ ଥର ତାଙ୍କୁ ପ୍ରାର୍ଥୀ କରି ବିଧାନସଭାକୁ ଜିତାଇଛନ୍ତି । ଏହା ସତ୍ତ୍ୱେ ସେ ରୀତା ସାହୁଙ୍କୁ ପ୍ରାର୍ଥୀ କରିବା ନିଷ୍ପତ୍ତି ନେଇପାରନ୍ତି ।

ଅନ୍ୟପକ୍ଷରେ ବିଜେପି ହାତରେ ଏବେ ପ୍ରାର୍ଥୀ ନାହାନ୍ତି । ଗତ ଉପ ନିର୍ବାଚନରେ ପରାଜୟ ବରଣ କରିଥିବା ଅଶୋକ ପାଣିଗ୍ରାହୀଙ୍କୁ ଦଳ ସେଠାରୁ ଆଉ ଥରେ ପ୍ରାର୍ଥୀ କରିବା ସମ୍ଭାବନା କ୍ଷୀଣ । ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରାଯିବା ନେଇ ଗୋଟିଏ ଗୋଷ୍ଠୀ ଚିନ୍ତା କରୁଛନ୍ତି । ଏହାଦ୍ୱାରା ବିଧାନସଭାରେ ଦଳର ପ୍ରଦର୍ଶନରେ କିଛିଟା ସୁଧାର ଆସିପାରେ । ରାଜନୈତିକ ମହଲର କହିବା କଥା ହେଉଛି, ବିଜେଡି-ବିଜେପି ରଣନୀତି ନିର୍ଧାରଣ ପରେ ଯାଇ କଂଗ୍ରେସ ସଂପର୍କରେ ସେଠାରେ ଚିନ୍ତା କରାଯାଇପାରେ । କାରଣ ଗତ ଉପନିର୍ବାଚନ ହେଉ କି ସାଧାରଣ ନିର୍ବାଚନ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି ।

୨୦୧୮ ଉପ ନିର୍ବାଚନରେ ନବୀନଙ୍କୁ ବିଜେପି କର୍ମୀ ଚପଲ ଫିଙ୍ଗିଥିଲେ । ପରିଣାମ ହେଲା, ରୀତା ସାହୁ ୪୧ ହଜାର ୫୩୯ ଭୋଟରେ ବିଜୟୀ ହୋଇଥିଲେ । ଏହି ନିର୍ବାଚନମଣ୍ଡଳୀ ଦାୟିତ୍ୱ ସେତେବେଳେ ମୁଖ୍ୟମନ୍ତ୍ରୀ ନିଜେ ନେଲେ ବୋଲି ଘୋଷଣା କରିଥିଲେ । ଗତ ସାଧାରଣ ନିର୍ବାଚନରେ ସେ ନିଜେ ଏହି ଆସନରୁ ପ୍ରାର୍ଥୀ ହୋଇ ଲଢିଥିଲେ । ଏଠାରେ ଭୋଟ ବ୍ୟବଧାନ ୫୭ ହଜାରରୁ ଅଧକ ଥିଲା । ହେଲେ ନବୀନ କିନ୍ତୁ ତାଙ୍କ ପାରମ୍ପରିକ ହିଞ୍ଜିଳି ଆସନ ରଖି ଏହି ଆସନକୁ ଇସ୍ତଫା ଦେଇଥିଲେ । ଫଳରେ ଦୁଇ ବର୍ଷ ମଧ୍ୟରେ ଏହି ନିର୍ବାଚନମଣ୍ଡଳୀ ଏବେ ତୃତୀୟ ଥର ବିଧାନସଭା ନିର୍ବାଚନ ସାମ୍ନା କରିବାକୁ ଯାଉଛି ।

ଉଲ୍ଲେଖଯୋଗ୍ୟ, ଭାରତର ନିର୍ବାଚନ କମିସନଙ୍କ ଘୋଷଣା ଅନୁସାରେ, ଆସନ୍ତା ୨୩ ତାରିଖ ଦିନ ଉପନିର୍ବାଚନ ସଂକ୍ରାନ୍ତ ବିଧିବଦ୍ଧ ବିଜ୍‍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ସେପେ୍‍ଟମ୍ୱର ୩୦ ରହିଛି । ଅକ୍ଟୋବର ୧ ତାରିଖ ଦିନ ଯାଞ୍ଚ ଓ ୩ ତାରିଖ ଦିନ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ୨୧ ତାରିଖ ଦିନ ଭୋଟଗ୍ରହଣ ଓ ୨୪ ତାରିଖରେ ଭୋଟ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନ ତାରିଖ ସଂପର୍କରେ ଆଭାସ ପାଇ ବିଜେଡି ଇତିମଧ୍ୟରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂହ, ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା ଓ ପୂର୍ବତନ ସାଂସଦ କଳିକେଶ ସିଂହଦେଓଙ୍କୁ ନେଇ ଏକ ସମନ୍ୱୟ କମିଟି ଗଠନ କରିଛି ।

Leave A Reply

Your email address will not be published.