ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ଆସନ୍ତାକାଲିଠୁ ଦଶମ ସମ୍ମେଟିଭ-୧ ପରୀକ୍ଷା

0

କଟକ; ଆସନ୍ତାକାଲିଠୁ ଆରମ୍ଭ ହେଉଛି ଦଶମ ସମ୍ମେଟିଭ-୧ ପରୀକ୍ଷା । ଦିନ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୧୨ଟା ଯାଏଁ ଚାଲିବ ପରୀକ୍ଷା । ପ୍ରଥମ ଦିନ ଇଂରାଜୀ, ୨୫ରେ ଗଣିତ ଓ ୨୬ ତାରିଖରେ ମାତୃଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସେହିପରି ୨୭ ତାରିଖରେ ପ୍ରାକ୍ଟିକାଲ, ୨୮ରେ ସାଧାରଣ ବିଜ୍ଞାନ, ୨୯ରେ ସାମାଜିକ ବିଜ୍ଞାନ ଏବଂ ୩୦ ତାରିଖରେ ତୃତୀୟ ଭାଷା ପରୀକ୍ଷା କରାଯିବ । ଏନେଇ ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଚଳିତବର୍ଷ ଛାତ୍ର ଛାତ୍ରୀ ନିଜ ସ୍କୁଲରେ ପରୀକ୍ଷା ଦେବେ ନାହିଁ । ନିକଟ ସ୍କଲରେ ହୋଇଥିବା ସେଣ୍ଟରରେ ପରୀକ୍ଷା ଦେବେ । ଚଳିତ ଥର ୫ ଲକ୍ଷ ୪୦ ହଜାରରୁ ଅଧିକ ପିଲାମାନେ ପରୀକ୍ଷା ଦେବେ l ଏଥିପାଇଁ ମୋଟ ୩ ହାଜର୨୯ଟି ସେଣ୍ଟର କରାଯାଇଛି । ୩୧୬ ନୋଡାଲ ସେଣ୍ଟରେ ପ୍ରଶ୍ନପତ୍ର କଡ଼ା ସୁରକ୍ଷାରେ ରହିଛି । ମାଓ ପ୍ରବଣ ଅଞ୍ଚଳ କନ୍ଧମାଳରେ ୭ଟି, ମାଲକାନଗିରିରେ ୧୦ଟି ଓ କୋରାପୁଟରେ ୫ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି ।

ସେପଟେ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସମସ୍ତ ନୋଡାଲ ସେଣ୍ଟର ମାନଙ୍କୁ ପ୍ରଶ୍ନ ପତ୍ର ପଠାଯାଇଛି ଏବଂ କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା କରାଯାଇଛି । ପରୀକ୍ଷା କେନ୍ଦ୍ରରେ ମୋବାଇଲ ଫୋନ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ବେଳେ ପରୀକ୍ଷା କେନ୍ଦ୍ର ଭିତରକୁ କେବଳ ପେନ୍ ଓ ଆଡମିଟ କାର୍ଡ ନେଇପାରିବେ ଛାତ୍ରଛାତ୍ରୀ।

Leave A Reply

Your email address will not be published.