ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

କିମ୍ବଦନ୍ତୀ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ

0

ମୁମ୍ବାଇ; କିମ୍ବଦନ୍ତୀ ଅଭିନେତା ବିକ୍ରମ ଗୋଖଲେଙ୍କ ୮୨ ବର୍ଷ ବୟସରେ ଦେହାନ୍ତ ହୋଇଛି । ଅଭିନେତା ଆଜି ଅପରାହ୍ନରେ ପୁଣେର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅଭିନେତା ଅସୁସ୍ଥ ଥିବାରୁ ଗତ ୫ ତାରିଖରୁ ତାଙ୍କୁ ପୁଣେର ଦିନାନାଥ ମଙ୍ଗେସକର ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତାଙ୍କର କିଡନୀ, ହାର୍ଟ ଆଦି ସମ୍ବନ୍ଧୀୟ ସମସ୍ୟା ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଥିଲା । ଚିକିତ୍ସା ବେଳେ ସେ ଗୁରୁତର ହୋଇପଡିଥିଲେ । ତାଙ୍କର ବହୁ ଅଙ୍ଗପ୍ରତ୍ୟେଙ୍ଗ ଅଚଳ ହୋଇ ପଡ଼ିଥିବା ବେଳେ ସେ କୋମାକୁ ଚାଲିଯାଇଥିଲେ । କିନ୍ତୁ ୨୩ ତାରିଖ ରାତିରେ ବଲିଉଡର ଭେଟେରାନ ଆକ୍ଟର ବିକ୍ରମ ଗୋଖଲେଙ୍କ ମୃତ୍ୟୁ ଖବର ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା । କିନ୍ତୁ ପରିବାର ଲୋକେ ଏହି ଖବରକୁ ଖଣ୍ଡନ କରିଥିଲେ । ତେବେ ଆଜି ଏହି ଭେଟେରାନ ଅଭିନେତାଙ୍କୁ ହରାଇଛି ବଲିଉଡ ଜଗତ ।

ବିକ୍ରମ ଗୋଖଲେଙ୍କ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ବଲିଉଡର ଅନେକ ହିଟ୍ ଫିଲ୍ମରେ ନିଜର ଚମତ୍କାର ଅଭିନୟର ପ୍ରମାଣ ଦେଇଛନ୍ତି। କିମ୍ବଦନ୍ତୀ ଅଭିନେତା କେବଳ ୨୬ ବର୍ଷ ବୟସରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ସେ ୧୯୭୧ ରେ ବଲିଉଡରେ ଡେବ୍ୟୁ କରିଥିଲେ। ସେ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ପରବାନା’ରେ ଡେବ୍ୟୁ କରିଥିଲେ। ସେବେଠୁ ଆଉ ପଛକୁ ଚାହିଁ ନ ଥିବା ବିକ୍ରମ ନିଜ ୪୦ ବର୍ଷର କ୍ୟାରିଅରରେ ହିନ୍ଦୀ ଓ ମରାଠି ଭାଷା ଫିଲ୍ମରେ କାମ କରି ବହୁ ହିଟ୍ସ ଦେଇଛନ୍ତି। ‘ହମ ଦିଲ ଦେ ଚୁକେ ସନମ’, ‘ହିଚ୍‌କୀ’, ‘ମିଶନ ମଙ୍ଗଲ’, ‘ବ୍ୟାଙ୍ଗ ବ୍ୟାଙ୍ଗ’, ‘ଭୁଲ ଭୁଲେୟା’, ‘ଦେ ଦନା ଦନ’ ଓ ‘ଅଗ୍ନିପଥ’ ଆଦି ଫିଲ୍ମରେ ଅଭିନୟ କରିଛନ୍ତି।

Leave A Reply

Your email address will not be published.