ପ୍ରମୁଖ ଖବର

ଭାରତୀୟ ଷ୍ଟକବଜାରରେ ଉତ୍ସାହ ଫେରିଲା, ସେନସେକ୍ସ ୬୦୦ ପଏଣ୍ଟ ବୃଦ୍ଧି
ହୀରାକୁଦ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ବୁଡ଼ି ୧୦ରୁ ଅଧିକ ନିଖୋଜ
ଲଖନପୁର ଡଙ୍ଗାବୁଡି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ଆତ୍ମୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି
ଭୋଟିଂ ସମୟରେ ବସ୍ତରରେ ବିସ୍ଫୋରଣ, ମଣିପୁରରେ ଗୁଳିମାଡ, ସିଆରପିଏଫ୍ ଯବାନ ଆହତ
ଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଘଟିଛି,ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ଵରର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି
ଗାନ୍ଧୀନଗର ଲୋକସଭା ଆସନରୁ ମନୋନୟନ ପତ୍ର ଦାଖଲ କଲେ ଅମିତ ଶାହା
ଗେଷ୍ଟହାଉସରୁ ମିଳିଲା ଶିଳ୍ପପତିଙ୍କ ଶବ, କର୍ପୋରେଟ୍‌ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ
ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ, ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ଥିବା ଜଣାପଡିଛି

କିମ୍ବଦନ୍ତୀ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ

0

ମୁମ୍ବାଇ; କିମ୍ବଦନ୍ତୀ ଅଭିନେତା ବିକ୍ରମ ଗୋଖଲେଙ୍କ ୮୨ ବର୍ଷ ବୟସରେ ଦେହାନ୍ତ ହୋଇଛି । ଅଭିନେତା ଆଜି ଅପରାହ୍ନରେ ପୁଣେର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅଭିନେତା ଅସୁସ୍ଥ ଥିବାରୁ ଗତ ୫ ତାରିଖରୁ ତାଙ୍କୁ ପୁଣେର ଦିନାନାଥ ମଙ୍ଗେସକର ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତାଙ୍କର କିଡନୀ, ହାର୍ଟ ଆଦି ସମ୍ବନ୍ଧୀୟ ସମସ୍ୟା ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଥିଲା । ଚିକିତ୍ସା ବେଳେ ସେ ଗୁରୁତର ହୋଇପଡିଥିଲେ । ତାଙ୍କର ବହୁ ଅଙ୍ଗପ୍ରତ୍ୟେଙ୍ଗ ଅଚଳ ହୋଇ ପଡ଼ିଥିବା ବେଳେ ସେ କୋମାକୁ ଚାଲିଯାଇଥିଲେ । କିନ୍ତୁ ୨୩ ତାରିଖ ରାତିରେ ବଲିଉଡର ଭେଟେରାନ ଆକ୍ଟର ବିକ୍ରମ ଗୋଖଲେଙ୍କ ମୃତ୍ୟୁ ଖବର ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା । କିନ୍ତୁ ପରିବାର ଲୋକେ ଏହି ଖବରକୁ ଖଣ୍ଡନ କରିଥିଲେ । ତେବେ ଆଜି ଏହି ଭେଟେରାନ ଅଭିନେତାଙ୍କୁ ହରାଇଛି ବଲିଉଡ ଜଗତ ।

ବିକ୍ରମ ଗୋଖଲେଙ୍କ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ବଲିଉଡର ଅନେକ ହିଟ୍ ଫିଲ୍ମରେ ନିଜର ଚମତ୍କାର ଅଭିନୟର ପ୍ରମାଣ ଦେଇଛନ୍ତି। କିମ୍ବଦନ୍ତୀ ଅଭିନେତା କେବଳ ୨୬ ବର୍ଷ ବୟସରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ସେ ୧୯୭୧ ରେ ବଲିଉଡରେ ଡେବ୍ୟୁ କରିଥିଲେ। ସେ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ପରବାନା’ରେ ଡେବ୍ୟୁ କରିଥିଲେ। ସେବେଠୁ ଆଉ ପଛକୁ ଚାହିଁ ନ ଥିବା ବିକ୍ରମ ନିଜ ୪୦ ବର୍ଷର କ୍ୟାରିଅରରେ ହିନ୍ଦୀ ଓ ମରାଠି ଭାଷା ଫିଲ୍ମରେ କାମ କରି ବହୁ ହିଟ୍ସ ଦେଇଛନ୍ତି। ‘ହମ ଦିଲ ଦେ ଚୁକେ ସନମ’, ‘ହିଚ୍‌କୀ’, ‘ମିଶନ ମଙ୍ଗଲ’, ‘ବ୍ୟାଙ୍ଗ ବ୍ୟାଙ୍ଗ’, ‘ଭୁଲ ଭୁଲେୟା’, ‘ଦେ ଦନା ଦନ’ ଓ ‘ଅଗ୍ନିପଥ’ ଆଦି ଫିଲ୍ମରେ ଅଭିନୟ କରିଛନ୍ତି।

Leave A Reply

Your email address will not be published.