ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

୫ ଦିନ ହେବ ଜଳୁଛି ମାର୍କେଟ୍ କମ୍ପ୍ଲେକ୍ସ

0

ନୂଆଦିଲ୍ଲୀ; ୫ ଦିନ ହେବ ଜଳୁଛି ମାର୍କେଟ୍ କମ୍ପ୍ଲେକ୍ସ । ଦିଲ୍ଲୀ ଚାନ୍ଦନୀଚୌକ ଭାଗିରଥି ପ୍ୟାଲେସ ବଜାରରେ ଲାଗିଥିବା ନିଆଁ ଲିଭାଇବା ପାଇଁ ୧୫୦ଟି ଦମକଳ ଗାଡି ମୁତୟନ କରାଯାଇଥିଲେ ବି ଏଯାଏଁ ସମ୍ପୂର୍ଣ୍ଣ ଆୟତ ହୋଇପାରିନାହିଁ । ଯାହା ଅଗ୍ନିଶମ ବିଭାଗର ଚିନ୍ତାର କାରଣ ପାଲଟିଛି। ବ୍ୟବସାୟୀଙ୍କ ସଂସ୍ଥା କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ କେନ୍ଦ୍ର, ଦିଲ୍ଲୀ ସରକାର ଏବଂ ବୀମା କମ୍ପାନୀଗୁଡ଼ିକୁ ଭାଗିରଥ ପ୍ୟାଲେସ୍ ବଜାରର ପ୍ରଭାବିତ ବ୍ୟବସାୟୀମାନଙ୍କ ପାଇଁ ଥଇଥାନ କାର୍ଯ୍ୟ ଆରମ୍ଭ କରିବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଛି । ଅଗ୍ନିକାଣ୍ଡ ଯୋଗୁଁ ଏଠାରେ ପାଖାପାଖି ୨୫୦ରୁ ଅଧିକ ଦୋକାନ ପୋଡି ପାଉଁଶ ହୋଇଯାଇଛି।

ସୂଚନା ମୁତାବକ, ନଭେମ୍ବର ୨୪ ରାତିରେ ଚାନ୍ଦନୀଚୌକ ଭାଗିରଥୀ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଥିଲା। ତେବେ ୨୫ ତାରିଖ ସକାଳ ସୁଦ୍ଧା ନିଆଁକୁ ଆୟତ କରାଯାଇଥିଲା। କିନ୍ତୁ ପୁଣି ଥରେ କିଛି ଦୋକାନରେ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା। ବହୁ ସଂଖ୍ୟାରେ ଇଲେକ୍ଟ୍ରିକ୍ ଓ ପ୍ଳାଷ୍ଟିକ୍ ଉପକରଣ ଥିବାରୁ ନିଆଁକୁ ସହଜରେ ଲିଭା ଯାଇପାରୁନାହିଁ ବୋଲି କୁହାଯାଉଛି।

Leave A Reply

Your email address will not be published.