ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ତାଇଓ୍ବାନ ବିରୋଧରେ ଯୁଦ୍ଧମୁହାଁ ଚୀନ

0

ଚୀନ; ଆଗକୁ ହୋଇପାରେ ଚୀନ-ତାଇଓ୍ବାନ ଯୁଦ୍ଧ । କାରଣ ବଢିବାରେ ଲାଗିଛି ଚୀନ-ତାଇଓ୍ବାନ ବିବାଦ । ପୁଣି ତାଇଓ୍ବାନ ସୀମାରେ ପ୍ରବେଶ କରିଛି ଚୀନର ୯ଟି ଜେଟ । ଏଥିସହିତ ସୀମାରେ ୪ଟି ଯୁଦ୍ଧଜାହାଜ ସହ ପାଟ୍ରୋଲ ଏୟାରକ୍ରାଫ୍ଟ ଓ ଭୂପୃଷ୍ଠରୁ ନିକ୍ଷେପ ହୋଇପାରୁଥିବା ମିସାଇଲ ମୁତୟନ ହୋଇଛି । ଚୀନର ବିମାନଗୁଡିକ ତାଇଓ୍ବାନ ଷ୍ଟ୍ରେଟର ମଧ୍ଯମା ଲାଇନକୁ ଅତିକ୍ରମ କରିଥିବା ସୂଚନା ମିଳିଛି । ରବିବାର ଚୀନର ୮ଟି ଯୁଦ୍ଧବିମାନ ଓ ୪ଟି ନୌଜାହାଜ ମୁତୟନ ହେବା ପରେ ସୋମବାର ପୁଣି ଥରେ ଓ୍ବାର ଫୁଟେଜରେ ରହି ଯୁଦ୍ଧାସ୍ତ୍ର ମୁତୟନ କରିଛି ।

ସେପଟେ ଚୀନର ସମ୍ଭାବ୍ୟ ଆକ୍ରମଣକୁ ଆଶଙ୍କା କରି ତାଇଓ୍ବାନ ଆର୍ମି ସତର୍କ ହୋଇଛି ଏବଂ ଯୁଦ୍ଧ ବିମାନକୁ ଆଲର୍ଟରେ ରଖିଛି । ତାଇଓ୍ବାନ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଏୟାରପାଟ୍ରୋଲ ଉପରେ ବର୍ତ୍ତମାନ ଗୁରୁତ୍ବ ଦିଆଯାଉଛି ଏବଂ ଚୀନର ମିସାଇଲ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଗତ ନଭେମ୍ବର ୬ ତାରିଖରେ ତାଇଓ୍ବାନ ସୀମା ଭିତରେ ଚୀନର ୪୬ଟି ଯୁଦ୍ଧବିମାନ ଓ ୪ଟି ନୌଜାହଜ ସମରାଭ୍ୟାସ ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.