ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ଡିସେମ୍ବର ପହିଲାରୁ ଲଞ୍ଚ ହେବ ଡିଜିଟାଲ ମୁଦ୍ରା

0

ନୂଆଦିଲ୍ଲୀ; ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ ଘୋଷଣା । ଡିସେମ୍ବର ପହିଲାରୁ ଖୁଚୁରା ବଜାରରେ ଲଞ୍ଚ କରାଯିବ ଡିଜିଟାଲ ମୁଦ୍ରା ।ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ଡିଜିଟାଲ ମୁଦ୍ରାକୁ ‘ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି’ ବୋଲି ନାମକରଣ କରାଯାଇଛି । ଡିସେମ୍ବର ପହିଲାରୁ ଏହାର ପ୍ରଚଳନ ଦେଶର କିଛି ନିର୍ବାଚିତ ସ୍ଥାନରେ କରାଯିବ ।

ଏହି କ୍ରମରେ ଡିଜିଟାଲ ମୁଦ୍ରାର ନିର୍ମାଣ, ବଣ୍ଟନ ଓ ଖୁଚୁରା କାରବାରରେ ପରୀକ୍ଷା କରାଯିବ । ଏହି ଡିଜିଟାଲ ମୁଦ୍ରା ଡିଜିଟାଲ ଟୋକନ ଭଳି କାମ କରିବ । ଭାରତୀୟ ରିଜର୍ଭବ୍ୟାଙ୍କ ଦ୍ୱାରା ଜାରି କରାଯିବାକୁ ଥିବା ଏହି ଡିଜିଟାଲ ମୁଦ୍ରା ଏବେ ପ୍ରଚଳିତ ଟଙ୍କାର ସ୍ୱରୂପ ହେବ । ଏହି ମୁଦ୍ରା ନୋଟ୍ ଭଳି ସମ୍ପୂର୍ଣ୍ଣ ବୈଦ୍ଧ ଓ ମାନ୍ୟତାପ୍ରାପ୍ତ ହେବ । ଏହାକୁ ଆପଣ ଦେଣନେଣରେ ବ୍ୟବହାର କରିପାରିବେ ।

ଏହି ଡିଜିଟାଲ ମୁଦ୍ରାର ବଣ୍ଟନ ବ୍ୟାଙ୍କ ମାଧ୍ୟମରେ କରାଯିବ । ଏହାକୁ ଡିଜିଟାଲ ୱାଲେଟ ମାଧ୍ୟମରେ ବ୍ୟକ୍ତିରୁ ବ୍ୟକ୍ତି ବା ବ୍ୟକ୍ତିରୁ ବ୍ୟବସାୟୀଙ୍କ ମଧ୍ୟରେ କାରବାର କରାଯାଇପାରିବ । ଏହା ପୂର୍ବରୁ ନଭେମ୍ବର ମାସରେ କେନ୍ଦ୍ରୀୟ ବ୍ୟାଙ୍କ ହୋଲସେଲ କାରବାର ପାଇଁ ଡିଜିଟାଲ ମୁଦ୍ରା ଲଂଚ କରିସାରିଛି । ଏହି ପାଇଲଟ ପ୍ରୋଜେକ୍ଟରେ ଭାଗ ନେବାକୁ ୮ ଟି ବ୍ୟାଙ୍କକୁ ଚିହ୍ନଟ କରାଯାଇଛି ।

Leave A Reply

Your email address will not be published.