ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

‘ଦ କଶ୍ମୀର ଫାଇଲ୍ସ’କୁ IFFI ଜୁରୀ ମୁଖ୍ୟଙ୍କ ନିନ୍ଦା

0

ଗୋଆ; ଚଳିତ ବର୍ଷ ଗୋଆରେ ଆୟୋଜିତ ୫୩ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ସୁପରହିଟ୍ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନିନ୍ଦା କରିଛନ୍ତି IFFI ମୁଖ୍ୟ ଜୁରୀ । ଫିଲ୍ମଟି ଅଶ୍ଳୀଳ ଓ ପ୍ରୋପାଗଣ୍ଡା ଉପରେ ଆଧାରିତ ବୋଲି କୁହାଯାଇଛି । ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆ-୨୦୨୨ର ଜୁରୀ ମୁଖ୍ୟ ତଥା ଇସ୍ରାଏଲ୍ ଫିଲ୍ମ ମେକର ନାଦବ ଲ୍ୟାପିଡଙ୍କ ଏହି ବୟାନ ଏବେ ଭାଇରାଲ ହେବାରେ ଲାଗିଛି ।

ନାଦବ ଲ୍ୟାପିଡ ଆହୁରି କହିଛନ୍ତି, ଫିଲ୍ମ ଫେଷ୍ଟିଭାଲ୍‌ରେ ଏହି ପ୍ରକାରର ଫିଲ୍ମକୁ ଦେଖି ମୁ ଚକିତ । ଫିଲ୍ମ ମହୋତ୍ସବରେ ଏହି ପ୍ରକାରର ଫିଲ୍ମର ସ୍କ୍ରିନିଂକୁ ଦେଖି ସମସ୍ତ ଜୁରୀ ସଦସ୍ୟ ସ୍ତବ୍ଧ ଅଛନ୍ତି । କିଭଳି ଏହି ଫିଲ୍ମକୁ ଜାତୀୟ ପୁରସ୍କାର ମିଳିଲା ତାକୁ ନେଇ ବି ମୁଁ ଚକିତ ବୋଲି ସେ କହିଛନ୍ତି। IFFI ଜୁରୀ ମୁଖ୍ୟଙ୍କ ଏଭଳି ବୟାନକୁ ନେଇ ଅନେକ ଫିଲ୍ମ କଳାକାର ବର୍ଷିଛନ୍ତି ।

ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ଟ୍ୱିଟ୍ କରି କହିଛନ୍ତି, ଇସ୍ରାଏଲ୍ ଫିଲ୍ମ ନିର୍ମାତା ନାଦବ ଲ୍ୟାପିଡ୍ ଦ କଶ୍ମୀର ଫାଇଲ୍ସକୁ ଅଶ୍ଳୀଳ କହି ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇକୁ ଉପହାସ କରିଛନ୍ତି। ସେ ୭ ଲକ୍ଷ କଶ୍ମୀର ପଣ୍ଡିତଙ୍କ ଅପମାନ କରିଛନ୍ତି। ଏହା ଭାରତୀୟ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ୍‌ର ବିଶ୍ୱସନୀୟତା ପ୍ରତି ବଡ ଝଟ୍‌କା। ସେହିପରି ଅଭିନେତା ଅନୁପମ ଖେର୍ ମଧ୍ୟ ଆଇଏଫ୍‌ଏଫ୍‌ଆଇ ଜୁରୀ ମୁଖ୍ୟଙ୍କ ବୟାନକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି ତାଙ୍କୁ ଟାର୍ଗେଟ୍ କରି କହିଛନ୍ତ, ‘ମିଛର ଉଚ୍ଚତା ଯେତେ ଉଚ୍ଚ ହେଉନା କାହିଁକି, ସତ୍ୟ ତୁଳନାରେ ଏହା ସର୍ବଦା ଛୋଟ।’

ସୂଚନା ଅନୁଯାୟୀ ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶନାରେ ଚଳିତବର୍ଷ ରିଲିଜ ହୋଇଥିବା ଫିଲ୍ମ ଦ କଶ୍ମୀର ଫାଇଲ୍ସରେ ୧୯୯୦ରେ କଶ୍ମୀର ଘାଟିରେ କଶ୍ମୀର ପଣ୍ଡିତଙ୍କ ସହ ହୋଇଥିବା ନରସଂହାରର ଯନ୍ତ୍ରଣାକୁ ଚିତ୍ରିତ କରାଯାଇଛି।

Leave A Reply

Your email address will not be published.