ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

୧୦ ବର୍ଷରେ ୧୫୦୦ ପରମାଣୁ ଅସ୍ତ୍ର ତିଆରି କରିବ ଚୀନ

0

ଚୀନ୍; ପରମାଣୁ ଅସ୍ତ୍ର ସଂଖ୍ୟା ପ୍ରାୟ ୪ ଗୁଣକୁ ବୃଦ୍ଧି କରିବ ଚୀନ । ଏହି ବଡ ଯୋଜନାକୁ ନେଇ ପେଣ୍ଟାଗନ୍‌ ସୂଚନା ଦେଇଛି । ପେଣ୍ଟାଗନ୍ ରିପୋର୍ଟରେ ଦାବି କରାଯାଇଛି ଯେ ଚୀନ୍ ନିଜର ଆଣବିକ ଶକ୍ତିର ଆଧୁନିକୀକରଣକୁ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି । ୨୦୩୫ ସୁଦ୍ଧା ଚୀନ୍ ପାଖରେ ୧୫୦୦ ପରମାଣୁ ଅସ୍ତ୍ର ନିର୍ମାଣ କରିବ । ୨୦୨୩ ସୁଦ୍ଧା ଜାତୀୟ ପ୍ରତିରକ୍ଷା ଏବଂ ସଶସ୍ତ୍ର ସେନାର ଆଧୁନିକୀକରଣ କରିବା ପାଇଁ ‘ପିପୁଲ୍‌ସ୍‌ ଲିବରେସନ୍‌ ଆର୍ମି’ ଯୋଜନା କରୁଛି ।

‘ପେଣ୍ଟାଗନ୍‌’ ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଚୀନ୍‌ ମହାକାଶ ଯୁଦ୍ଧ ଓ ମହାକାଶ ଯୁଦ୍ଧ ମୁକାବିଲା ନିମନ୍ତେ ଆବଶ୍ୟକ ଅସ୍ତ୍ରଶସ୍ତ୍ର ମଧ୍ୟ ପ୍ରସ୍ତୁତି କରୁଛି । ବିଶ୍ୱର ବୃହତ୍ତମ ଚୀନ୍‌ ସେନାରେ ୧ ନିୟୁତ ସୈନିକ ଅଛନ୍ତି । ଯୁଦ୍ଧପୋତ ସଂଖ୍ୟାରେ ବି ଚୀନ୍‌ର ନୌସେନା ବିଶ୍ୱର ସବୁଠୁ ବଡ଼ । ଚୀନ୍‌ ବାୟୁସେନା ମଧ୍ୟ ବିଶ୍ୱର ତୃତୀୟ ବୃହତ୍‌ ବାୟୁସେନା ।

ଅନ୍ୟପଟେ ଦେଖିବାକୁ ଗଲେ କରୋନା ସ୍ଥିତି ପରେ ଚୀନ ସହ ଆମେରିକାର ସମ୍ପର୍କରେ ଦୂରତା ବଢିବାରେ ଲାଗିଛି । ଗତ ବର୍ଷକ ମଧ୍ୟରେ ଚୀନ ତାର ସାମରିକ ଶକ୍ତି ତୀବ୍ର ଗତିରେ ବୃଦ୍ଧି କରୁଥିବା ରିପୋର୍ଟ ଦେଇଛି ପେଣ୍ଟାଗନ । ଚୀନର ଏଭଳି ଗତିବିଧି ପରେ ଆମେରିକା ପାଇଁ ବିପଦ ବଢ଼ିଛି । ଯଦି ଏହି ଗତିରେ ଚୀନ ତାର ସାମରିକ ଶକ୍ତି ବୃଦ୍ଧି ଜାରି ରଖେ ।

ତେବେ ଚଳିତ ଶତାବ୍ଦୀ ମଧ୍ୟ ସୁଦ୍ଧା ଆମେରିକାର ସାମରିକ ଶକ୍ତିକୁ ଟପିଯିବ ଚୀନ । ଆସନ୍ତା ୬ ବର୍ଷ ମଧ୍ୟରେ ଚୀନ ତାର ପରମାଣୁ ଅସ୍ତ୍ର ସଂଖ୍ୟା ୭ଶହକୁ ବୃଦ୍ଧି କରିବ ବୋଲି ଗତବର୍ଷ ପେଣ୍ଟାଗନ କହିଥିଲା । ୨୦୩୦ ସୁଦ୍ଧା ଏହି ସଂଖ୍ୟା ୧ ହଜାରକୁ ବୃଦ୍ଧି କରିବ ବୋଲି କହିଥିଲା । ତେବେ ଏହି ଢେର ସମୟ ଆଗରୁ ଚୀନ ତାର ଆଣବିକ ଶକ୍ତି ବୃଦ୍ଧି କରିବାକୁ ଯାଉଛି । ଚୀନ ତୁଳନାରେ ଆମେରିକା ପାଖରେ ୩ ହଜାର ୭୫୦ ପରମାଣୁ ଅସ୍ତ୍ର ରହିଛି ।

Leave A Reply

Your email address will not be published.