ପ୍ରମୁଖ ଖବର

ଦୁଇ ଭାଗ ହେଲା ଫଲକନୁମା ଏକ୍ସପ୍ରେସ୍
ଆତ୍ମସମର୍ପଣ କଲେ ୩୧ ମାଓବାଦୀ
ବାଲେଶ୍ୱର ଜିଲାରେ ଥିବା ରିଜର୍ଭ ପୋଲିସ ବାରାକରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଏକ କାର୍ ଭିତରୁ ୧୩୦ କିଲୋ ଗଞ୍ଜେଇ ଜବତ
ପଞ୍ଜାବର ଜଳନ୍ଧରରେ ଭାଜପା ନେତା ମନୋରଞ୍ଜନ କାଳିଆଙ୍କ ଘର ବାହାରେ ଏକ ବିସ୍ଫୋରଣ

ଆଜିଠୁ ଡିଜିଟାଲ କରେନ୍ସି ସେବା ଆରମ୍ଭ

0

ନୂଆଦିଲ୍ଲୀ; ଆଜିଠାରୁ ଡିଜିଟାଲ କରେନ୍ସି ସେବା ଆରମ୍ଭ ହେବ। ଆରବିଆଇ ଆଜି ଜାରି କରିବ ଡିଜିଟାଲ ରୁପି । ପରୀକ୍ଷାମୂଳକ ଭାବେ ଦେଶର ୪ଟି ସହରରେ ଏହି ଡିଜିଟାଲ କରେନ୍ସି ସେବା ଆରମ୍ଭ କରାଯିବ । ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ ଓ ଭୁବନେଶ୍ୱରରେ ଡିଜିଟାଲ କରେନ୍ସି ଲଞ୍ଚ କରାଯିବ ବୋଲି ସୂଚନା ରହିଛି । ଡିଜିଟାଲ ରୂପି ଦ୍ୱାରା ଇ-ଟ୍ରାନଜକସନ ସୁବିଧାଜନକ ହେବ ।

କିଛି ଦିନ ପୂର୍ବରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଡିଜିଟାଲ ମୁଦ୍ରା ବା ଇ-ଟଙ୍କାର ପାଇଲଟ୍ ପରୀକ୍ଷଣ ଆରମ୍ଭ ହୋଇଥିଲା । ଏହି ଡିଜିଟାଲ କରେନ୍ସିର ନାଁ ରହିଛି ସିବିଡିସି ବା ‘ଇ-ରୁପି’ । ‘ଇ-ଟଙ୍କା’ ଆନ୍ତଃ ବ୍ୟାଙ୍କ ବଜାରକୁ ଅଧିକ ଦକ୍ଷ କରିବ ବୋଲି ଆଶା କରାଯାଉଛି । ଏହି ଇ-ଟଙ୍କାକୁ ସହଜରେ ବ୍ୟାଙ୍କ ଖାତାରେ ଜମା କରାଯାଇ ପାରିବ ଏବଂ ନଗଦ ଟଙ୍କାରେ ବି ପରିଣତ କରାଯାଇ ପାରିବ । ଇଲୋକ୍ଟ୍ରୋନିକ୍ସ ମାଧ୍ୟମରେ ଇ-ଟଙ୍କାର ବ୍ୟବହାର କରାଯିବ । ଇ-ଟଙ୍କା ପ୍ରଚଳନ ନେଇ ଗତ ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିଲା। 

Leave A Reply

Your email address will not be published.