ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ଇଡି ଜାଲରେ ସାଉଥ୍‌ ସୁପରଷ୍ଟାର ବିଜୟ ଦେବରକୋଣ୍ଡା

0

ମୁମ୍ବାଇ; ଅଡୁଆରେ ଫସିଲେ ସାଉଥ୍‌ ସୁପରଷ୍ଟାର ବିଜୟ ଦେବରକୋଣ୍ଡା । ମନି ଲଣ୍ଡରିଂ କେସ୍‌ରେ ବିଜୟଙ୍କ ନାମ ସାମିଲ ଥିବା କୁହାଯାଉଛି । ଲାଇଗର ଫିଲ୍ମକୁ ନେଇ ଅଭିନେତା ଇଡି ଜାଲରେ ପଡ଼ିଛନ୍ତି । କୁହାଯାଉଛି କି, ଫିଲ୍ମର ନିର୍ମାଣ ଏବଂ ପ୍ରଚାର ପ୍ରସାରରେ କଳା ଧନ ବ୍ୟବହୃତ ହୋଇଛି । ଏ ନେଇ ଇଡି ଏକ ଅଭିଯୋଗ ଉପରେ ତଦନ୍ତ ଆରମ୍ଭ କରି ଦେଇଛି ।

ସୂଚନା ଅନୁଯାୟୀ, ଧର୍ମା ପ୍ରଡକ୍ସନସ୍‌ ବ୍ୟାନରରେ ତିଆରି ହୋଇଥିବା ଫିଲ୍ମ ‘ଲାଇଗର’ ଏକ ବଡ଼ ବଜେଟ୍‌ର ଫିଲ୍ମ ଥିଲା। ରିପୋର୍ଟ ମୁତାବକ, ଫିଲ୍ମ ପାଖାପାଖି ୧୨୦ କୋଟି ବଜେଟ୍‌ରେ ପ୍ରସ୍ତୁତ ହୋଇଥିଲା । କିନ୍ତୁ ବକ୍ସ ଅଫିସ୍‌ରେ ନିଜର ମୂଲ୍ୟ ସୁଦ୍ଧା ସଂଗ୍ରହ କରିବାରେ ସଫଳ ହୋଇପାରି ନ ଥିଲା । ଫିଲ୍ମ ମୋଟ ୬୦.୮୦ କୋଟିର ଆୟ କରିଥିଲା । କିନ୍ତୁ ଫିଲ୍ମର ପ୍ରମୋସନ ଜୋର୍‌ସୋରରେ କରାଯାଇଥିଲା ।

ଖବର ମୁତାବକ, ଇଡିକୁ ଅଭିଯୋଗ ମିଳିଥିଲା କି, ଫିଲ୍ମରେ କଳା ଧନ ସମେତ ବିଦେଶୀ ଫଣ୍ଡିଂର ବ୍ୟବହାର ହୋଇଛି। ଏହାକୁ ନଜରରେ ରଖି ଇଡି ବିଜୟ ଦେବରକୋଣ୍ଡାଙ୍କୁ ସମନ ପଠାଇଛି । ବିଜୟଙ୍କ ପୂର୍ବରୁ ଇଡି ୧୭ ନଭେମ୍ବରରେ ପ୍ରଯୋଜକ ଚାର୍ମି କୌର ଓ ନିର୍ଦ୍ଦେଶକ ପୁରୀ ଜଗନ୍ନାଧଙ୍କୁ ମଧ୍ୟ ପଚରାଉଚରା ପାଇଁ ଅଫିସ୍‌ ଡକାଇଥିଲା।

Leave A Reply

Your email address will not be published.