ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଜୀବନ ଯୁଦ୍ଧରେ ହାରିଗଲା ତନ୍ମୟ

0

ମଧ୍ୟପ୍ରଦେଶ; ଦୀର୍ଘ ୮୦ ଘଣ୍ଟାରୁ ଅଧିକ ସମୟର ଅପରେସନ ସତ୍ତ୍ୱେ ଜୀବନ ଯୁଦ୍ଧରେ ହାରିଗଲା ବୋରେୱେଲ ଭିତରେ ଫସି ଯାଇଥିବା ୮ ବର୍ଷର ବାଳକ ତନ୍ମୟ ସାହୁ। ଶେଷରେ ବୋରୱେଲ ଭିତରୁ ଉଦ୍ଧାର ହୋଇଛି ତନ୍ମୟର ମୃତଦେହ। ତନ୍ମୟର ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୋଷ୍ଟମର୍ଟମ ପାଇଁ ନିଆଯାଇଛି । ସୂଚନା ମୁତାବକ, ତନ୍ମୟ ଯେଉଁ ସ୍ଥାନରେ ବୋରୱେଲରେ ଫଶିଥିଲା, ସେଠାରେ ପଥର ଛଟାଣ ଉଦ୍ଧାର କାର୍ଯ୍ୟରେ ବାଧକ ସାଧିଥିଲା । ମେଡିକାଲ ଟିମ୍ ଓ ରେସ୍କୁୃ୍ୟ ଟିମ୍ ତନ୍ମୟକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ବି ଉଦ୍ଧାର କାର୍ଯ୍ୟରେ ଅଧିକ ସମୟ ଯୋଗୁଁ ଅଣନିଃଶ୍ୱାସୀ ହୋଇ ତନ୍ମୟର ମୃତ୍ୟୁ ହୋଇଥିବା କୁହାଯାଉଛି ।

ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ମାଣ୍ଡାଭୀ ଗାଁରେ ଖୋଳା ଯାଇଥିବା ଗୋଟିଏ ପରିତ୍ୟକ୍ତ ବରୱେଲରେ ଗତ ମଙ୍ଗଳବାର ଠାରୁ ଫସି ରହିଥିଲା ତନ୍ମୟ। ତନ୍ମୟ ବୋରୱେଲ ମଧ୍ୟରେ ଖସିପଡ଼ିବାର ଘଣ୍ଟା ପରେ ଆରମ୍ଭ ହୋଇଥିଲା ରେସ୍କ୍ୟୁ ଅପରେସନ। ୪ ଦିନ ଧରି ଉଦ୍ଧାରକାରୀ ଟିମ ଅକ୍ଳାନ୍ତ ପରିଶ୍ରମ କରି ତନ୍ମୟକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ସମୟ ଗଡ଼ିବା ସହ ତନ୍ମୟର ଜୀବନ ପ୍ରତି ଦେଖା ଦେଇଥିଲା ବିପଦ। ପ୍ରଶାସନ ତନ୍ମୟକୁ ଉଦ୍ଧାର ପାଇଁ ୫୫ଫୁଟ ଗଭୀରର ଗାତ ଖୋଳିଥିଲା। ଏହାପରେ ୧୦ଫୁଟ ସୁଡଙ୍ଗ ଖୋଳାଯାଇ ତନ୍ମୟ ନିକଟରେ ଆଜି ଭୋର ସମୟରେ ପହଞ୍ଚିଥିଲା ଉଦ୍ଧାର କାରୀ ଟିମ୍। ଅତ୍ୟନ୍ତ ସତର୍କତାର ସହ ତନ୍ମୟକୁ ଉପରକୁ ଅଣାଯାଇ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତା’କୁ ମୃତ ଘୋଷଣା କରିଛନ୍ତି।

Leave A Reply

Your email address will not be published.