ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଜୀବନ ଯୁଦ୍ଧରେ ହାରିଗଲା ତନ୍ମୟ

0

ମଧ୍ୟପ୍ରଦେଶ; ଦୀର୍ଘ ୮୦ ଘଣ୍ଟାରୁ ଅଧିକ ସମୟର ଅପରେସନ ସତ୍ତ୍ୱେ ଜୀବନ ଯୁଦ୍ଧରେ ହାରିଗଲା ବୋରେୱେଲ ଭିତରେ ଫସି ଯାଇଥିବା ୮ ବର୍ଷର ବାଳକ ତନ୍ମୟ ସାହୁ। ଶେଷରେ ବୋରୱେଲ ଭିତରୁ ଉଦ୍ଧାର ହୋଇଛି ତନ୍ମୟର ମୃତଦେହ। ତନ୍ମୟର ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୋଷ୍ଟମର୍ଟମ ପାଇଁ ନିଆଯାଇଛି । ସୂଚନା ମୁତାବକ, ତନ୍ମୟ ଯେଉଁ ସ୍ଥାନରେ ବୋରୱେଲରେ ଫଶିଥିଲା, ସେଠାରେ ପଥର ଛଟାଣ ଉଦ୍ଧାର କାର୍ଯ୍ୟରେ ବାଧକ ସାଧିଥିଲା । ମେଡିକାଲ ଟିମ୍ ଓ ରେସ୍କୁୃ୍ୟ ଟିମ୍ ତନ୍ମୟକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ବି ଉଦ୍ଧାର କାର୍ଯ୍ୟରେ ଅଧିକ ସମୟ ଯୋଗୁଁ ଅଣନିଃଶ୍ୱାସୀ ହୋଇ ତନ୍ମୟର ମୃତ୍ୟୁ ହୋଇଥିବା କୁହାଯାଉଛି ।

ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ମାଣ୍ଡାଭୀ ଗାଁରେ ଖୋଳା ଯାଇଥିବା ଗୋଟିଏ ପରିତ୍ୟକ୍ତ ବରୱେଲରେ ଗତ ମଙ୍ଗଳବାର ଠାରୁ ଫସି ରହିଥିଲା ତନ୍ମୟ। ତନ୍ମୟ ବୋରୱେଲ ମଧ୍ୟରେ ଖସିପଡ଼ିବାର ଘଣ୍ଟା ପରେ ଆରମ୍ଭ ହୋଇଥିଲା ରେସ୍କ୍ୟୁ ଅପରେସନ। ୪ ଦିନ ଧରି ଉଦ୍ଧାରକାରୀ ଟିମ ଅକ୍ଳାନ୍ତ ପରିଶ୍ରମ କରି ତନ୍ମୟକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ସମୟ ଗଡ଼ିବା ସହ ତନ୍ମୟର ଜୀବନ ପ୍ରତି ଦେଖା ଦେଇଥିଲା ବିପଦ। ପ୍ରଶାସନ ତନ୍ମୟକୁ ଉଦ୍ଧାର ପାଇଁ ୫୫ଫୁଟ ଗଭୀରର ଗାତ ଖୋଳିଥିଲା। ଏହାପରେ ୧୦ଫୁଟ ସୁଡଙ୍ଗ ଖୋଳାଯାଇ ତନ୍ମୟ ନିକଟରେ ଆଜି ଭୋର ସମୟରେ ପହଞ୍ଚିଥିଲା ଉଦ୍ଧାର କାରୀ ଟିମ୍। ଅତ୍ୟନ୍ତ ସତର୍କତାର ସହ ତନ୍ମୟକୁ ଉପରକୁ ଅଣାଯାଇ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତା’କୁ ମୃତ ଘୋଷଣା କରିଛନ୍ତି।

Leave A Reply

Your email address will not be published.