ପ୍ରମୁଖ ଖବର

ଶ୍ରୀମନ୍ଦିରରେ ଆସୁଛି ଇ-ହୁଣ୍ଡି ବ୍ୟବସ୍ଥା; ବିଶ୍ୱର ଯେକୌଣସି ସ୍ଥାନରୁ କରିହେବ ଦାନ
ଦିଲ୍ଲୀ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ୨୧ ମୃତ, ୪୦ରୁ ଅଧିକ ଉଦ୍ଧାର
ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପକୁ ମିଳିବ ଆଗୁଆ ଟଙ୍କା
୩୯,୨୯୦ କୋଟିର ମେଗା ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
କର୍ଣ୍ଣାଟକର ୩୪ତମ ମୁଖ୍ୟମନ୍ତ୍ରୀ ଭାବେ ଡି.କେ. ଶିବକୁମାରଙ୍କ ଶପଥ ଗ୍ରହଣ
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ,ବିବାହ ପରେ ବି ପିତାମାତାଙ୍କ ପରିବାରର ସଦସ୍ୟ ଝିଅ

ରକୁଲ ପ୍ରୀତ ସିଂଙ୍କୁ ଇଡିର ନୋଟିସ୍

0

ହାଇଦ୍ରାବାଦ; ବହୁଚର୍ଚ୍ଚିତ ଟଲିଉଡ ଡ୍ରଗ୍ସ ଓ ମନି ଲଣ୍ଡ୍ରିଂ ମାମଲାରେ ତେଲୁଗୁ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ରକୁଲପ୍ରୀତ ସିଂଙ୍କ ଅଡୁଆ ବଢିଛି ।ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ ଜାରି କରିଛି। ମିଡିଆ ରିପୋର୍ଟ ଅନୁସାରେ ଦୁଇଟି ଅଲଗା ଅଲଗା ମାମଲାରେ ରକୁଲଙ୍କୁ ସମନ କରାଯାଇଛି । ଆସନ୍ତା ସୋମବାର ହାଜର ହେବାକୁ ସମନ ଜାରି କରିଛି ଇଡି । ଏହା ପୂର୍ବରୁ ବି ଏହି ତେଲୁଗୁ ଅଭିନେତ୍ରୀଙ୍କୁ ଇଡି ଜେରା କରିଥିଲା । ଏହି ମାମଲାରେ ରକୁଲଙ୍କୁ ଡିସେମ୍ବର ୧୯ ତାରିଖରେ ହାଜର ହେବାକୁ ଇଡି ନୋଟିସ କରିଛି । ଗତ ୪ ବର୍ଷ ହେବ ଇଡି ଏହି ମାମଲାର ଛାନଭିନ୍ କରୁଛି ।

ସୂଚନା ମୁତାବକ ସମାନ ମାମଲାରେ ୨୦୨୧ ମସିହାରେ ରକୁଲଙ୍କୁ ଇଡି ଜେରା କରିଥିଲା । ଏବେ ଏହି ମାମଲା ସହିତ ଜଡିତ ଅର୍ଥ ହେରଫେର ମାମଲା ଯୋଡି ହୋଇଥିବାରୁ ପୁଣି ତାଙ୍କୁ ଜେରା କରିବ ଇଡି । ସୂଚନା ମୁତାବକ ଏହି ମାମଲାରେ କେବଳ ରକୁଲ ନୁହଁନ୍ତି ବରଂ ରାଣା ଦଗୁବତୀ, ପୁରୀ ଜଗନ୍ନାଥ, ରବି ତେଜା, ଚାର୍ମୀ କୌର, ନବଦୀବ ସହ ଅନ୍ୟ କିଛି ଜଣାଶୁଣା କଳାକାରଙ୍କୁ ନୋଟିସ କରାଯାଇଛି ।

Leave A Reply

Your email address will not be published.