ପ୍ରମୁଖ ଖବର

ଏସ୍‌ସି-ଏସ୍‌ଟି ମାମଲା ପାଇଁ ୬ ନୂଆ ସ୍ପେଶାଲ୍ କୋର୍ଟ
ଗଞ୍ଜାମରେ କରୋନା ରୋଗୀ ଚିହ୍ନଟ, ଏମ୍‌କେସିଜିରେ ଚିକିତ୍ସାଧୀନ ମହିଳା ସଂକ୍ରମିତ
ରାମ ମନ୍ଦିର ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଦ ପାଇଁ ୫,୨୦୦ ଆବେଦନ
ନିଖୋଜ କମିଶନ ରିପୋର୍ଟ ମାମଲାରେ ଭି.କେ. ପାଣ୍ଡିଆନଙ୍କୁ ପୋଲିସର ନୋଟିସ
ଆସନ୍ତା ୪ ଓ ୫ ତାରିଖରେ ଗଞ୍ଜାମ ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

0

ଗଜପତି; ବଢିବାରେ ଲାଗିଛି ଭିଜିଲାନ୍ସ ଚଢାଉ । ପ୍ରତିଦିନ ଭିଜିଲାନ୍ସ ଜାଲରେ ପଡୁଛନ୍ତି ସରକାରୀ ଯନ୍ତ୍ରୀମାନେ । ଆଜି ବି ଗଜପତି ଜିଲ୍ଲା ରାୟଗଡ଼ ପଞ୍ଚାୟତ ସମିତିର ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁ ଭିଜିଲାନ୍ସ କବଜାରେ ପଡିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ ଚଳାଇଛି । ବ୍ରହ୍ମପୁରର ୪ଟି, ଦିଗପହଣ୍ଡି, ପାରଳାଖେମୁଣ୍ଡି ସହ ୬ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍ କରିଛି ।

ବ୍ରହ୍ମପୁର ଗୋପବନ୍ଧୁ ନଗର ସ୍ପେକ୍ଟରମ ମାଳତୀ ରେସିଡେନ୍ସିରେ ଥିବା ଫ୍ଲାଟ୍‌, ଜ୍ୟୋତିନଗରରେ ଥିବା ଦୁଇ ମହଲା କୋଠା, ଦିଗପହଣ୍ଡିରେ ଥିବା ଅଫିସ ଚାମ୍ବର ଓ ଆର ଉଦୟଗିରି ଛେଲିଗଡ଼ରେ ଥିବା ସରକାରୀ କ୍ବାର୍ଟର୍ସରେ ଭିଜିଲା୍ନାସ ରେଡ୍ ଚଳାଇଛି । ରେଡ୍‌ରେ ଜଣେ ଅତିରିକ୍ତ ଏସପି, ୫ ଇନ୍ସପେକ୍ଟର ଓ ୨ ଏଏସଆଇ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.