ପ୍ରମୁଖ ଖବର

ଏସ୍‌ସି-ଏସ୍‌ଟି ମାମଲା ପାଇଁ ୬ ନୂଆ ସ୍ପେଶାଲ୍ କୋର୍ଟ
ଗଞ୍ଜାମରେ କରୋନା ରୋଗୀ ଚିହ୍ନଟ, ଏମ୍‌କେସିଜିରେ ଚିକିତ୍ସାଧୀନ ମହିଳା ସଂକ୍ରମିତ
ରାମ ମନ୍ଦିର ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଦ ପାଇଁ ୫,୨୦୦ ଆବେଦନ
ନିଖୋଜ କମିଶନ ରିପୋର୍ଟ ମାମଲାରେ ଭି.କେ. ପାଣ୍ଡିଆନଙ୍କୁ ପୋଲିସର ନୋଟିସ
ଆସନ୍ତା ୪ ଓ ୫ ତାରିଖରେ ଗଞ୍ଜାମ ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଗୋପାଳପୁରରେ ମିଳିବ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ

0

ଭୁବନେଶ୍ବର; ପୁରୀ ପରେ ଏବେ ଗୋପାଳପୁରରେ ମିଳିବ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ । ଆଜିଠାରୁ ସହରରେ ଆରମ୍ଭ ହେଲା ‘ଡ୍ରିଙ୍କ ଫ୍ରମ ଟ୍ୟାପ୍‍’ ଯୋଜନା । ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋପାଳପୁରରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ସହିତ ରାଜ୍ୟର ୧୯ ଟି ସହରର ବିଭିନ୍ନ ୱାର୍ଡରେ ଏହି ସେବା ଆରମ୍ଭ ହୋଇଛି । ଏହାଦ୍ବାରା ପ୍ରାୟ ୫.୫ ଲକ୍ଷ ଲୋକ ଉପକୃତ ହେବେ ।

ଏହା ବ୍ୟତୀତ ଖୋର୍ଦ୍ଧା, ଜଟଣୀ ଏବଂ ହିଞ୍ଜିଳିକାଟୁ ପୌରାଞ୍ଚଳରେ ଏହି ଯୋଜନାର କାର୍ଯ୍ୟାରମ୍ଭ ହୋଇଥିବା ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ସୂଚନା ଦେଇଛନ୍ତି । ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ୧୧୪ଟି ସହରରୁ ୮୫ଟି ସହରରେ ଶତ ପ୍ରତିଶତ ପାଇପ ଜଳଯୋଗାଣର ବ୍ୟବସ୍ଥା କରିସାରିଛି । ଏବେ ୧୯ଟି ସହର ଯୋଡ଼ି ହେବା ସହିତ ଅନ୍ୟ ୩ଟି ସହରରେ କାର୍ଯ୍ୟାରମ୍ଭ ହୋଇଛି ।

ସେହିପରି ରାଉରକେଲା ସହରରେ ମଧ୍ୟ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ଯୋଗାଇ ଦିଆଯିବ । ରାଉରକେଲା ସହରର ୱାର୍ଡ ନମ୍ଵର ୧, ୨, ୩ ଓ ୩୬ ରେ ବସବାସ କରୁଥିବା ୨୦ ହଜାର ଜନସାଧାରଣ ଡ୍ରିଙ୍କ ଫ୍ରମ ଟ୍ୟାପ ସୁବିଧା ପାଇବେ । ଆସନ୍ତା ବର୍ଷ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାରେ ମିଳିବ ୨୪ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ।

ସୂଚନା ଅନୁଯାୟୀ, ସହରାଞ୍ଚଳ ପାନୀୟ ଜଳ ଯୋଗାଣ ଓ ୱାଟର ଟ୍ରିଟ୍ମେବଣ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ରମରେ ମିଶନ ଶକ୍ତି ମହିଳା ତୃତୀୟ ଲିଙ୍ଗରମାନଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ ମିଟର ରିଡିଂ, ଜଳର ମାନ ପରୀକ୍ଷା, ନୂତନ ସଂଯୋଗ ଓ ବେନିୟମ ସଂଯୋଗ ଛିନ୍ନ କରିବା କାର୍ଯ୍ୟ କରୁଛନ୍ତି ।

Leave A Reply

Your email address will not be published.