ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଆଫଗାନିସ୍ତାନରେ ମହିଳାଙ୍କୁ ବିଶ୍ୱବିଦ୍ୟାଳୟ ମନା

0

ଆଫଗାନିସ୍ତାନ; ମହିଳାଙ୍କ ବିଶ୍ୱବିଦ୍ୟାଳୟ ପାଠ ପଢ଼ାରେ ଲାଗିଲା କଟକଣା । ମଙ୍ଗଳବାର ଠାରୁ ଏହି କଟକଣା ଲଗାଇଛନ୍ତି ତାଲିବାନ ସରକାର । ଏନେଇ ତାଲିବାନ୍ ଉଚ୍ଚ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଚିଠି କରାଯାଇଛି । ଝିଅମାନଙ୍କ ବିଶ୍ୱବିଦ୍ୟାଳୟ ଶିକ୍ଷା ବନ୍ଦ ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ନେଦା ମହମ୍ମଦ ନଦୀମ ଏହି ଚିଠି ଜାରି କରିଛନ୍ତି ।

ସୂଚନା ଅନୁଯାୟୀ, ଆଫଗାନିସ୍ତାନରେ ହଜାର ହଜାର ଝିଅ ଓ ମହିଳା ବିଶ୍ୱବିଦ୍ୟାଳୟସ୍ତରରେ ପାଠପଢ଼ିବାକୁ ଦେଇଥିବା ପ୍ରବେଶିକା ପରୀକ୍ଷାର ୩ ମାସ ପୂରି ନ ଥିବା ବେଳେ ଏଭଳି ନିର୍ଦ୍ଦେଶ ଆସିଛି । ଗତବର୍ଷ ଅଗଷ୍ଟରେ କଠୋରପନ୍ଥି ଇସଲାମବାଦୀଙ୍କ ହାତକୁ ଏହି ଦେଶର ଶାସନ ଭାର ଯିବା ପରେ ବିଶ୍ୱବିଦ୍ୟାଳୟରେ ଲିଙ୍ଗ ଆଧାରରେ ସ୍ୱତନ୍ତ୍ର କକ୍ଷ ଓ ପ୍ରବେଶ ସହିତ ନୂଆ ନିୟମ କରାଯାଇ ପାଠପଢ଼ା ଚାଲିଥିଲା । ମହିଳାମାନଙ୍କୁ କେବଳ ମହିଳା କିମ୍ବା ବୁଢ଼ା ପ୍ରଫେସରମାନେ ପାଠ ପଢ଼ାଇ ପାରୁଥିଲେ।

ଏହି ନିର୍ଦ୍ଦେଶନାମା ଆସିବା ପୂର୍ବରୁ ସେଠାରେ କିଶୋରୀମାନଙ୍କ ପ୍ରାଥମିକ ଠାରୁ ମାଧ୍ୟମିକ ବିଦ୍ୟାଳୟରେ ପାଠପଢ଼ିବା ଉପରେ କଟକଣା ଲଗାଯାଇଥିଲା। ଫଳରେ ଏହା ଝିଅମାନଙ୍କ ଉଚ୍ଚ ଶିକ୍ଷା ଉପରେ ଏକପ୍ରକାର ଅନିଶ୍ଚିତ କଟକଣା ସୃଷ୍ଟି କରି ଦେଇଥିଲା। ତାଲିବାନ୍‌ର ଏହି ନିଷ୍ପତ୍ତିକୁ ୱାସିଂଟନ୍‌ ତୀବ୍ର ନିନ୍ଦା କରିଥିବା ବେଳେ ଜାତିସଂଘ ମୁଖ୍ୟଙ୍କ ସ୍ବତନ୍ତ୍ର ଉପପ୍ରତିନିଧି ରମିଜ୍‌ ଆଲାକ୍‌ ବାରେଭ୍‌ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି।

Leave A Reply

Your email address will not be published.