ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଯୁକ୍ତ ୨ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଆରମ୍ଭ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ମାର୍ଚ୍ଚ ୧ ତାରିଖରୁ ବିଜ୍ଞାନ ପରୀକ୍ଷା ହେବାକୁ ଥିବାବେଳେ ୨ ତାରିଖରୁ କଳା ଓ ବାଣିଜ୍ୟ ଏବଂ ୩ ତାରିଖରୁ ଧନ୍ଦାମୂଳକ ପରୀକ୍ଷା ହେବ । ସକାଳ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ତେବେ ପରୀକ୍ଷାର ଅଧଘଣ୍ଟା ଆଗରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ଛାତ୍ରଛାତ୍ରୀ । ୧୫ମିନିଟ ଆଗରୁ ମିଳିବ ଉତ୍ତରଖାତା ଓ ୯ଟା ୫୫ରେ ମିଳିବ ପ୍ରଶ୍ନପତ୍ର । ପ୍ରଥମ ଦିନ ମାତୃଭାଷା ବିଷୟରେ ପରୀକ୍ଷା ହେବ । ସିସିଟିଭି ନିୟନ୍ତ୍ରଣରେ ରହିବ ପରୀକ୍ଷା କେନ୍ଦ୍ର । ଫେବ୍ରୁଆରୀ ୧ରୁ ୧୦ତାରିଖ ଯାଏ ପ୍ରାକ୍ଟିକାଲ୍ ପରୀକ୍ଷା ହେବ । କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ପରୀକ୍ଷା ପରିଚାଳନା ହେବ ।
ପ୍ରମୁଖ ଖବର
ଅଟଳ ବସ୍ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ