ପ୍ରମୁଖ ଖବର

ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଅନଲାଇନ ଗେମ୍ ଖେଳିବାକୁ ମନା କରିବାରୁ ଜୀବନ ହାରିଲେ ନାବାଳକ
ରାକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପିଉସା ସମେତ ୫ ଅଟକ
ସ୍ୱାଧୀନତା ଦିବସ ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା
ଭୁବନେଶ୍ୱରର ଘରୋଇ କଲେଜ ପରିସରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ
ସବୁ ସରକାରୀ କାର୍ଯ୍ୟାଳୟରେ ଲାଗିବ ଏଆଇ କ୍ୟାମେରା
ବିଧାନସଭା ଆଗରେ ୭ ବର୍ଷୀୟ ଝିଅ ସହ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ଆରମ୍ଭ ହେଲା ଚିଲିକାରେ ପକ୍ଷୀ ଗଣନା

0

ପୁରୀ; ଆଜିଠୁ ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା । ସକାଳ ୬ ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଥିବା ବେଳେ ମଧ୍ୟ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ଗଣନା ଚାଲିବ । ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ଥିବା ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ନୂଆପଡାରେ ଏହି ଗଣନା ଚାଲିଛି । ମୋଟ ଉପରେ ୨୧ଟି ଟିମ୍ ପକ୍ଷୀଗଣନାରେ ନିୟୋଜିତ ହୋଇଥିବା ବେଳେ ପ୍ରତି ଟିମରେ ଅଛନ୍ତି ୭ ସଦସ୍ୟ ।

ଟାଙ୍ଗି ଜୋନରେ ୮ଟି ଟିମ୍, ବାଲୁଗାଁରେ ୬ଟି, ସାତପଡ଼ାରେ ୪ଟି, ରମ୍ଭାରେ ୨ଟି ଓ ଚିଲିକାରେ ଗୋଟିଏ ଟିମ୍‌ ନିୟୋଜିତ ଅଛନ୍ତି । ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି ଓୟୁଏଟି ଛାତ୍ର, ପକ୍ଷୀ ବିଷାରଦ ଓ ବନ୍ୟପ୍ରାଣୀ କର୍ମଚାରୀ । ଗତବର୍ଷ ସମୁଦାୟ ୧୮୩ ପ୍ରଜାତିର ୧୦ ଲକ୍ଷ ୭୪ ହଜାର ୧୭୩ ଗୋଟି ପକ୍ଷୀ ଆସିଥିବାବେଳେ ତନ୍ମଧ୍ୟରୁ ୧୦୭ ପ୍ରଜାତିର ୧୦ ଲକ୍ଷ ୩୬ ହଜାର ୨୨୦ ଗୋଟି ବିଦେଶୀ ପକ୍ଷୀ ଏବଂ ୭୬ ପ୍ରଜାତିର ୩୭ ହଜାର ୯ ଶହ ୫୩ ଗୋଟି ସ୍ଥାନୀୟ ପକ୍ଷୀ ସାମିଲ ଅଛନ୍ତି ।

ସେହିପରି ଆଜିଠୁ କୁମ୍ଭୀର ଗଣନା ପାଇଁ ପର୍ଯ୍ୟଟକଙ୍କ ଲାଗି ଭିତରକନିକା ବନ୍ଦ ରହିବ। ଏହି ଗଣନା ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଗତବର୍ଷ ଭିତରକନିକାରେ କୁମ୍ଭୀର ଗଣନା ବେଳେ ୧୭ ଶହ ୮୪ କୁମ୍ଭୀର ଚିହ୍ନଟ କରାଯାଇଥିଲା ।

Leave A Reply

Your email address will not be published.