ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଉଦଘାଟିତ ହେଲା ଡଟ୍ ଫେଷ୍ଟ

0

ଭୁବନେଶ୍ବର; ଉତ୍ସବମୁଖର ହୋଇଛି ରାଜଧାନୀ । ଉଦଘାଟିତ ହୋଇଯାଇଛି ଡଟ୍ ଫେଷ୍ଟ । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଉଦବୋଧନରେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଆଜି ଉଦଘାଟିତ ହୋଇଥିବା ଏହି ଡଟଫେଷ୍ଟ ୨୯ ତାରିଖ ଯାଏ ଚାଲିବ । ଏକାମ୍ର ହାଟରେ ଶତାଧିକ ଫୁଡ଼ ଷ୍ଟଲ ସହ ମିଶନ ଶକ୍ତି, ହସ୍ତତନ୍ତ, ହସ୍ତଶିଳ୍ପ, ଓଡ଼ିଆଙ୍କ ନିଜସ୍ବ ପ୍ରଡ଼କ୍ଟ ପ୍ରଦର୍ଶୀତ ହେବ । ପ୍ରଦର୍ଶନୀ ପଡ଼ିଆର ଗୋଟିଏ ପଟେ ଅନ୍ତଜାର୍ତୀୟ ଖାଦ୍ୟ ମେଳା ସନ୍ଧ୍ୟା ୬ରୁ ଆରମ୍ଭ ହୋଇଛି । ପ୍ରଦର୍ଶନୀ ପଡ଼ିଆରେ ହୋଇଥିବା ମହାମଞ୍ଚରେ ରାତି ୧୦ ଯାଏଁ ଚାଲିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ।

ଏହି କାର୍ଯ୍ୟକ୍ରମରେ ବଲିଉଡ଼ର ଦିଶା ପଟାନୀ, ବ୍ଲାକ ସ୍ବାନ ଗ୍ରୁପ, ଗୁରୁ ରାନ୍ଧଓ୍ବା, ପ୍ରିୟା ମାଲିକ, ନୀତି ମୋହନ, ଦିବ୍ୟ କୁମାର, ସୁନୀଲ ଗ୍ରୋଭର, ଶିଳ୍ପା ରାଓ, ଉଦିତ ନାରାୟଣ, ଅଲକା ୟାଗ୍ନିକ, ସୁଖଓ୍ବିନ୍ଦର ସିଂହ,ଇଣ୍ଡିଆଲ ଆଇଡ଼ଲ ଫେମ ପଓ୍ବନଦୀପ ଓ ଅରୁଣିତା ରାଜଧାନୀବାସୀଙ୍କ ମନ ମୋହିବେ । ଓଡ଼ିଶାର ସୁନାମଧନ୍ୟ ଋତୁରାଜ,ବିଗ ଡ଼ିଲ୍ ରାପର, ସ୍ନିତି ମିଶ୍ର, ଲିସା ମିଶ୍ର, ଅନନ୍ୟା ନନ୍ଦ ଭଳି କଳାକାର ମହାମଞ୍ଚରେ କଳାର ପ୍ରଦର୍ଶନ କରିବେ ।

ଏହି ଡଟ୍ ଫେଷ୍ଟକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି କମିଶନରେଟ ପୋଲିସ । ସୁରକ୍ଷା ଦାୟିତ୍ବରେ ରହିବେ ୧୫ ପ୍ଲାଟୁନ ପୋଲିସ ଫୋର୍ସ । ଏଥିସହିତ ସିସିଟିଭି ସର୍ଭିଲାନ୍ସରେ ରହିଛି ପୁରା ପ୍ରଦର୍ଶନୀ ପଡିଆ ।

Leave A Reply

Your email address will not be published.