ପ୍ରମୁଖ ଖବର

ରାଜ୍ୟପାଳଙ୍କ ପୋଲିସ୍ ଏଡିସି ହେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ
ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
କଲୁଙ୍ଗା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ରାସ୍ତାକୁ ଆସିଲେ ଗୃହବନ୍ଦୀ କରିବାକୁ ଧମକ ଦେଉଛନ୍ତି ଶୁଭେନ୍ଦୁ : ମମତା
ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ
ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ଆଉ ଅଧିକ ଦାୟିତ୍ୱ ନେଇପାରିବିନି’,- ଗଡ଼କରୀଙ୍କ ବୟାନ ପରେ ଅବସର ଚର୍ଚ୍ଚା
ଆମେରିକାର ଆର୍ଥିକ ଚାପର ଜବାବ, ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ

ମାଛଧରା ଟ୍ରଲରର ପତ୍ତା ମିଳିଲା: ୧୩ ମତ୍ସ୍ୟଜୀବୀ ସୁରକ୍ଷିତ

0

ପାରାଦ୍ବୀପ; ୫ ଦିନ ପରେ ନିଖୋଜ ହୋଇଥିବା ଦୁଇ ଟ୍ରଲରର ସନ୍ଧାନ ମିଳିଛି। ସୁରକ୍ଷିତ ଅଛନ୍ତି ପାରାଦୀପ ସମୁଦ୍ରରେ ନିଖୋଜ ଥିବା ସମସ୍ତ ୧୩ ମତ୍ସ୍ୟଜୀବୀ । ଏନେଇ ସୂଚନା ଦେଇଛନ୍ତି ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ସଭାପତି ଶ୍ରୀକାନ୍ତ ପରିଡା ।

ସୂଚନା ଅନୁଯାୟୀ, ୪ ଦିନ ତଳେ ପାରାଦୀପ ମାଛଧରା ବନ୍ଦରରୁ ଦେବୀ ଲକ୍ଷ୍ମୀ ଓ କିନ୍ନରା ବୋଟ୍‌ ଏକ ସର୍ଭେ କାମରେ ୮୮ ନଟି ମାଇଲ୍‌ ସମୁଦ୍ରକୁ ଯାଇଥିଲେ ୧୩ ମତ୍ସ୍ୟଜୀବୀ । ତାପରଠୁ ସେମାନଙ୍କ ସହ କୌଣସି ଯୋଗାଯୋଗ ହୋଇ ପାରିନଥିଲା। ବୋଟ୍‌ ଓ ମତ୍ସ୍ୟଜୀବୀଙ୍କୁ ଖୋଜିବାକୁ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିଲା।

ଯେଉଁଠାରୁ ଏହି ଟ୍ରଲର ନିଖୋଜ ହୋଇଛି ତାହା ପାରାଦୀପରୁ ୧୮୦ କିଲୋମିଟର ଦୂରରେ ରହିଛି । ଗୋଟିଏ ବୋଟରେ ୬, ଅନ୍ୟ ବୋଟରେ ୭ ଜଣ ଥିଲେ ବୋଲି ସୂଚନା ରହିଛି । ନିଖୋଜ ହୋଇଥିବା ମତ୍ସ୍ୟଜୀବୀ କେନ୍ଦ୍ରାପଡ଼ା, ପୁରୀ ଓ ଜଗତସିଂହପୁରର ବୋଲି ସୂଚନା ରହିଛି । ହେଲେ ଏମାନଙ୍କ ପରିଚୟ ମିଳିପାରି ନାହିଁ । ତେବେ ସମସ୍ତ ମତ୍ସ୍ୟଜୀବୀ ୨ଟି ଟ୍ରଲରରେ ମଝି ସମୁଦ୍ରରୁ ଫେରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.