ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ହକି ତାରକା ପ୍ରବୋଧ ତିର୍କୀଙ୍କ କ୍ବାର୍ଟରରୁ ଚୋରି

0

ଭୁବନେଶ୍ବର:  ହକି ତାରକା ପ୍ରବୋଧ ତିର୍କୀଙ୍କ ରାଜଧାନୀରେ ଥିବା ସରକାରୀ କ୍ୱାର୍ଟରରୁ ଚୋରି ହୋଇଯାଇଛି। ଭୁବନେଶ୍ୱରର ୟୁନିଟ-୬ ଅଞ୍ଚଳରେ ଥିବା ସରକାରୀ କ୍ୱାର୍ଟରରେ ଏପରି ଘଟଣା ଘଟିଛି। ପ୍ରବୋଧ ତିର୍କୀ ଓ ତାଙ୍କ ପରିବାର ଲୋକ ଘରେ ନଥିବା ବେଳେ ଏଭଳି ଅଘଟଣ ଘଟିଛି। ବିଶ୍ୱ କପ୍‌ ହକି ଚାଲିଥିବାରୁ ପ୍ରବୋଧ ରାଉରକେଲାରେ ଅଛନ୍ତି। ତାଙ୍କ ପରିବାର ଲୋକେ ମଧ୍ୟ ଗାଁକୁ ଯାଇଛନ୍ତି। କ୍ୱାର୍ଟରରେ କେହି ରହୁନଥିଲେ। ଏହାର ସୁଯୋଗ ନେଇ ଲୁଟେରା ଶୁକ୍ରବାର ବିଳମ୍ୱିତ ରାତିରେ ତାଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି।

ସୂଚନା ଅନୁସାରେ, ଚୋରମାନେ ସରକାରୀ ବାସଭବନରେ ଥିବା ପ୍ରବୋଧଙ୍କ ଟିଭି, କମ୍ପ୍ୟୁଟର ଓ ଅଳଙ୍କାର ଲୁଟି ନେଇଛନ୍ତି। ଏପରିକି ତାଙ୍କର ସ୍ୱର୍ଣ୍ଣପଦକକୁ ବି ଲୁଟିନେଇଛନ୍ତି । ଘଟଣା ସମ୍ପର୍କରେ ଜାଣିବା ପରେ ପ୍ରବୋଧ ଏନେଇ କ୍ୟାପିଟାଲ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କମିସନରେଟ୍‌ ପୁଲିସ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଚଳାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ ପତ୍ତା ପାଇନି ପୁଲିସ।

Leave A Reply

Your email address will not be published.