ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଜମ୍ମୁ କଶ୍ମୀର ଘାଟିରେ ବିସ୍ଫୋରଣ, ୮ ଆହତ

0

ଜମ୍ମୁ କଶ୍ମୀର; ଜମ୍ମୁ କଶ୍ମୀରରେ ଗତ ୨୪ ଘଣ୍ଟା ମଧ୍ୟରେ ୩ଥର ବିସ୍ଫୋରଣ ହେଲାଣି। ତେବେ ବିଳମ୍ବିତ ରାତିରେ ବଜାଲତା ଗାଁରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଏଥିରେ ଜଣେ ପୁଲିସ କନଷ୍ଟେବଳ ଆହତ ହୋଇଛନ୍ତି। ଏହାପୂର୍ବରୁ ନରୱାଲର ଟ୍ରାନ୍ସପୋର୍ଟ ନଗରରେ ବିସ୍ଫୋରଣ ହୋଇଥିଲା। ଏଥିରେ ୭ ଜଣ ଆହତ ହୋଇଥିଲେ। 

ପୁଲିସ ସୂଚନା ମୁତାବକ, ସିଧରାର ବଜାଲତା ଛକରେ ଥିବା ଏକ ୟୁରିଆ ସାର ଭର୍ତ୍ତି ଟ୍ରକ୍‌ରେ ଏହି ବିସ୍ଫୋରଣ ଘଟିଛି। ସୁରିନ୍ଦର ସିଂହ ନାମକ ଜଣେ କନଷ୍ଟେବଳ ଡ୍ୟୁଟରେ ଥିବା ବେଳେ ଉକ୍ତ ଟ୍ରକ୍‌କୁ ଅଟକାଇ ଯାଞ୍ଚ କରୁଥିଲେ। ଏହି ସମୟରେ ଟ୍ରକ୍‌ରେ ବିସ୍ଫୋରଣ ହୋଇଥିଲେ। ଫଳରେ ସେ ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଯାଞ୍ଚରୁ ଏହା ପୂର୍ବ ଯୋଜନା ମୁତାବକ ବିସ୍ଫୋରଣ ଥିବା ଜଣାପଡିଛି।  

ଉଲ୍ଲେଖଯୋଗ୍ୟ, ଶନିବାର ଜମ୍ମୁର ନରୱାଲ ଅଞ୍ଚଳରେ ୩୦ ମିନିଟ ମଧ୍ୟରେ ଦୁଇଟି ବଡ ଧରଣ ବିସ୍ଫୋରଣ ହୋଇଥିଲା। ଏଥିରେ ୭ ଜଣ ଆହତ ହୋଇଥିଲେ। ଏକ କବାଡି ଦୋକାନରେ ଏହି ବିସ୍ଫୋରଣ ଘଟିଥିଲା। ଜାନୁଆରୀ ୨୬ ପୂର୍ବରୁ ଜମ୍ମୁ-କଶ୍ମୀରରେ ଲଗାତର ଏଭଳି ବିସ୍ଫୋରଣ ହେଉଥିବା ଯୋଗୁଁ ଚାରିଆଡେ ହାଇ ଆଲର୍ଟ ଜାରି କରାଯାଇଛି।

Leave A Reply

Your email address will not be published.