ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ବିଶିଷ୍ଟ ଶଲ୍ୟ ବିଶେଷଜ୍ଞଙ୍କ ପରଲୋକ

0

ଭୁବନେଶ୍ୱର: ବିଶିଷ୍ଟ ଶଲ୍ୟ ବିଶେଷଜ୍ଞ ତଥା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲ ର ପୂର୍ବତନ ଡିନ ପ୍ରଫେସର (ଡାକ୍ତର) ଧୀରେନ୍ଦ୍ର କୁମାର ରାୟ ଙ୍କର ରବିବାର ସକାଳେ ସମ ଆଲଟିମେଟ ମେଡିକେୟାର ରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କର ବୟସ ୭୬ ବର୍ଷ ହୋଇଥିଲା।ବିଭିନ୍ନ ସ୍ୱାସ୍ଥ୍ୟ ଜନିତ ସମସ୍ୟା ନିମନ୍ତେ ସେ ଚିକିତ୍ସିତ ହେଉଥିଲେ। ସ୍ୱାସ୍ଥ୍ୟସେବା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଜଣେ ଅଭିଜ୍ଞ ବିଶେଷଜ୍ଞ ଭାବେ ତାଙ୍କର ସୁନାମ ଥିଲା।

ପ୍ରଫେସର ରାୟ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ | ଜଣେ ଦକ୍ଷ ପ୍ରଶାସକ ରହିଥିବା ପ୍ରଫେସର ରାୟ ରିଜିଓନାଲ ସ୍ପାଇନାଲ ଇଞ୍ଜୁରୀ ସେଣ୍ଟର, ଓଡିଶା ଓ ସର୍ଦାର ବଲ୍ଲଭଭାଇ ପଟେଲ ଇନ୍ଷ୍ଟିଚ୍ୟୁଟ ଅଫ ପେଡିଆତ୍ରିକ୍ସ, କଟକ ର ନିର୍ଦେଶକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ପୂର୍ବରୁ ସେ ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଓ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ର ଶଲ୍ୟ ବିଭାଗ ର ପ୍ରଫେସର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ପ୍ରଫେସର ରାୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ର ମଧ୍ୟବର୍ତ୍ତିକାଳୀନ କୁଳପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି।

୧୯୬୮ ମସିହାରେ ଏସସିବି ମେଡିକାଲ କଲେଜ ରୁ ଗ୍ରାଜୁଏସନ କରିବା ପରେ ୧୯୭୩ ମସିହାରେ ସେହି ଅନୁଷ୍ଠାନରୁ ପୋଷ୍ଟ ଗ୍ରାଜୁଏସନ ଶେଷ କରିଥିଲେ। ୧୯୮୬ରେ ସେ ଏମ୍ସ ନୂଆଦିଲ୍ଲୀ ରୁ କାର୍ଡିଓଥୋରାଶିକ ଆଣ୍ଡ ଭାଷକୁଲାର ସର୍ଜରୀ ରେ ଉଚ୍ଚ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ତାଙ୍କ ପତ୍ନୀ ପ୍ରଫେସର ଜୁଥିକା ରାୟ ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ଡରମାଟୋଲୋଜି ବିଭାଗର ପୂର୍ବତନ ପ୍ରଫେସର ରହିଥିବା ବେଳେ ତାଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡାକ୍ତର ) ମନୋଜରଞ୍ଜନ ନାୟକ ପ୍ରଫେସର ରାୟଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ତାଙ୍କୁ ଜଣେ ମହାନ ବ୍ୟକ୍ତିତ୍ୱ ବୋଲି ଅବିହିତ କରିଛନ୍ତି। ଆଇ ଏମ୍ ଏସ ଆଣ୍ଡ ସମ୍ ହସ୍ପିଟାଲର ଆରମ୍ଭରୁ ପ୍ରଫେସର ରାୟ ଏଥିରେ ଜଡ଼ିତ ଥାଇ ଅନୁଷ୍ଠାନର ଉନ୍ନତି ନିମନ୍ତେ କାର୍ଯ୍ୟ କରିଥିଲେ ବୋଲି ସେ କହିଛନ୍ତି।

Leave A Reply

Your email address will not be published.