ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ବିଶିଷ୍ଟ ଶଲ୍ୟ ବିଶେଷଜ୍ଞଙ୍କ ପରଲୋକ

0

ଭୁବନେଶ୍ୱର: ବିଶିଷ୍ଟ ଶଲ୍ୟ ବିଶେଷଜ୍ଞ ତଥା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲ ର ପୂର୍ବତନ ଡିନ ପ୍ରଫେସର (ଡାକ୍ତର) ଧୀରେନ୍ଦ୍ର କୁମାର ରାୟ ଙ୍କର ରବିବାର ସକାଳେ ସମ ଆଲଟିମେଟ ମେଡିକେୟାର ରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କର ବୟସ ୭୬ ବର୍ଷ ହୋଇଥିଲା।ବିଭିନ୍ନ ସ୍ୱାସ୍ଥ୍ୟ ଜନିତ ସମସ୍ୟା ନିମନ୍ତେ ସେ ଚିକିତ୍ସିତ ହେଉଥିଲେ। ସ୍ୱାସ୍ଥ୍ୟସେବା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଜଣେ ଅଭିଜ୍ଞ ବିଶେଷଜ୍ଞ ଭାବେ ତାଙ୍କର ସୁନାମ ଥିଲା।

ପ୍ରଫେସର ରାୟ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ | ଜଣେ ଦକ୍ଷ ପ୍ରଶାସକ ରହିଥିବା ପ୍ରଫେସର ରାୟ ରିଜିଓନାଲ ସ୍ପାଇନାଲ ଇଞ୍ଜୁରୀ ସେଣ୍ଟର, ଓଡିଶା ଓ ସର୍ଦାର ବଲ୍ଲଭଭାଇ ପଟେଲ ଇନ୍ଷ୍ଟିଚ୍ୟୁଟ ଅଫ ପେଡିଆତ୍ରିକ୍ସ, କଟକ ର ନିର୍ଦେଶକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ପୂର୍ବରୁ ସେ ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଓ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ର ଶଲ୍ୟ ବିଭାଗ ର ପ୍ରଫେସର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ପ୍ରଫେସର ରାୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ର ମଧ୍ୟବର୍ତ୍ତିକାଳୀନ କୁଳପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି।

୧୯୬୮ ମସିହାରେ ଏସସିବି ମେଡିକାଲ କଲେଜ ରୁ ଗ୍ରାଜୁଏସନ କରିବା ପରେ ୧୯୭୩ ମସିହାରେ ସେହି ଅନୁଷ୍ଠାନରୁ ପୋଷ୍ଟ ଗ୍ରାଜୁଏସନ ଶେଷ କରିଥିଲେ। ୧୯୮୬ରେ ସେ ଏମ୍ସ ନୂଆଦିଲ୍ଲୀ ରୁ କାର୍ଡିଓଥୋରାଶିକ ଆଣ୍ଡ ଭାଷକୁଲାର ସର୍ଜରୀ ରେ ଉଚ୍ଚ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ତାଙ୍କ ପତ୍ନୀ ପ୍ରଫେସର ଜୁଥିକା ରାୟ ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ଡରମାଟୋଲୋଜି ବିଭାଗର ପୂର୍ବତନ ପ୍ରଫେସର ରହିଥିବା ବେଳେ ତାଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡାକ୍ତର ) ମନୋଜରଞ୍ଜନ ନାୟକ ପ୍ରଫେସର ରାୟଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ତାଙ୍କୁ ଜଣେ ମହାନ ବ୍ୟକ୍ତିତ୍ୱ ବୋଲି ଅବିହିତ କରିଛନ୍ତି। ଆଇ ଏମ୍ ଏସ ଆଣ୍ଡ ସମ୍ ହସ୍ପିଟାଲର ଆରମ୍ଭରୁ ପ୍ରଫେସର ରାୟ ଏଥିରେ ଜଡ଼ିତ ଥାଇ ଅନୁଷ୍ଠାନର ଉନ୍ନତି ନିମନ୍ତେ କାର୍ଯ୍ୟ କରିଥିଲେ ବୋଲି ସେ କହିଛନ୍ତି।

Leave A Reply

Your email address will not be published.