ପ୍ରମୁଖ ଖବର

ଏସ୍‌ଆଇ ପରୀକ୍ଷା ଘୋଟାଲା: ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ
ଆଇପିଏସ୍‍ ଅଧିକାରୀ ଆତ୍ମହତ୍ୟା ମାମଲା, ଘରୁ ମିଳିଲା ୮ ପୃଷ୍ଠାର ସୁଇସାଇଡ୍ ନୋଟ
ରସାୟନ ବିଜ୍ଞାନରେ ନୋବେଲ ପାଇଁ ୩ ବୈଜ୍ଞାନିକଙ୍କ ନାମ ଘୋଷଣା
ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ
ଭିଜିଲାନ୍ସ ଜାଲରେ ଓଏଏସ୍‌ ଅଧିକାରୀ

ନ୍ୟୁଜିଲ୍ୟାଣ୍ଡ ଠାରୁ ହାରି ବିଶ୍ୱକପରୁ ବିଦା ହେଲା ଭାରତ

0

ଭୁବନେଶ୍ବର; ବିଶ୍ୱକପରୁ ବିଦା ହେଲା ଭାରତୀୟ ଦଳ। ଆଜି ଦଳ କ୍ରସଓଭର ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଠାରୁ ଶୁଟ ଆଉଟରେ ହାରି ବିଶ୍ୱକପରୁ ବିଦାୟ ନେଇଛି। ନିର୍ଦ୍ଧାରିତ ସମୟରେ ଦୁଇ ଦଳ ୩-୩ ଗୋଲ ସ୍କୋର କରିବାରୁ ମ୍ୟାଚ୍‌ ଶୁଟ ଆଉଟକୁ ଯାଇଥିଲା। ପ୍ରଥମ ୫ଟି ଶଟ ପରେ ଦୁଇ ଦଳ ପୁଣି ୩-୩ ସ୍ତରରେ ରହିଥିଲେ।

ଏହାପରେ ନ୍ୟୁଜିଲ୍ୟାଣ୍ଡ ଶଟ ମାରିଥିଲେ ମଧ୍ୟ ଶ୍ରୀଜେଶ ଏହାକୁ ଅଟକାଇ ଦେଇଥିଲେ। ଭାରତ ପାଖରେ ଲିଡ୍‌ ପାଇଁ ସୁଯୋଗ ଥିଲେ ମଧ୍ୟ ଏହାକୁ ଅଧିନାୟକ ହରମନପ୍ରୀତ ସିଂହ ହାତ ଛଡ଼ା କରିଥିଲେ। ପ୍ରଥମ ଶଟ ଅଟକାଇବା ପରେ ପିଆର ଶ୍ରୀଜେଶ ଆହତ ହୋଇଥିଲେ। ଏଥିପାଇଁ କିଶନ ପାଠକ ମୈଦାନକୁ ଓହ୍ଲାଥିଲେ।

ତେବେ ଦୁଇ ଦଳ ନିଜ ନିଜର ଦ୍ୱିତୀୟ ଶଟ୍‌ରେ ସଫଳତା ପାଇଥିଲେ।ଭାରତ ପକ୍ଷରୁ ଲଳିତ କୁମାର ଉପାଧ୍ୟାୟ, ସୁଖଜିତ ସିଂହ ଓ ବରୁଣ କୁମାର ଯଥାକ୍ରମେ ୧୭, ୨୪ ଓ ୪୦ ମିନିଟରେ ଗୋଲ୍‌ ଦେଇଥିଲେ। ଜବାବରେ ନ୍ୟୁଜିଲାଣ୍ଡ ତରଫରୁ ସାମ ଲେନ୍‌, କେନ୍‌ ରସେଲ ଓ ସନ୍‌ ଫିଣ୍ଡଲେ ୨୮, ୪୩ ଓ ୪୯ ମିନିଟରେ ଗୋଲ ଦେଇଥିଲେ। ପେନାଲ୍ଟି ସୁଟ୍‌ଆଉଟ୍‌ରେ ନ୍ୟୁଜିଲାଣ୍ଡ ୫ଟି ଗୋଲ୍‌ ଦେଇଥିଲା। ଜବାବରେ ଭାରତ ୪ଟି ଗୋଲ୍‌ ମାରିପାରିଥିଲା। ଫଳରେ ନ୍ୟୁଜିଲ୍ୟାଣ୍ତ ଶୁଟ ଆଉଟରେ ମ୍ୟାଚ୍‌ ଜିତି ଭାରତକୁ ବିଶ୍ୱକପରୁ ବିଦା କରି ଦେଇଛି।

Leave A Reply

Your email address will not be published.