ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଓଡ଼ିଶାରେ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ

0

ପୁରୀ; ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଜଗନ୍ନାଥ ଦଶର୍ନ ପାଇଁ ପୁରୀ ଆସିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଁଞ୍ଚିବା ପରେ କଡା ସୁରକ୍ଷାରେ ପୁରୀରେ ପହଂଚିଛନ୍ତି । ପୁରୀରେ ସେ ଶ୍ରୀଜିଉଙ୍କ ଆଶୀର୍ବାଦ ନେଇଛନ୍ତି।

ସୂଚନାଯୋଗ୍ୟ: ଗତକାଲି ଗୁୱାହାଟିର କାମାକ୍ଷା ଦର୍ଶନ ସାରି ସେ ଓଡ଼ିଶା ଆସିଥିବା ଜଣାପଡ଼ିଛି । ନିକଟରେ ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟଙ୍କ ନିର୍ବନ୍ଧ ଶେଷ ହୋଇଛି । ମୁମ୍ବାଇରେ ଉଭୟ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ନିର୍ବନ୍ଧ କରାଯାଇଛି । ତେଣୁ ବିବାହ ପୂର୍ବରୁ ଜଗନ୍ନାଥଙ୍କ ଦର୍ଶନ କରି ଆଶିର୍ବାଦ ନେବାକୁ ଅନନ୍ତ ଅମ୍ବାନୀ ଓଡିଶା ଆସିଥିବା କୁହାଯାଉଛି । ଏହା ପୂବ‌ର୍ରୁ ମୁକେଶ ଅମ୍ବାନୀ ନିଜର ବଡ ପୁଅ ଆକାଶ ଓ ଝିଅ ଇଶା ଅମ୍ବାନୀଙ୍କ ବିବାହ ପୂର୍ବରୁ ମଧ୍ୟ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରି ଯାଇଛନ୍ତି।

Leave A Reply

Your email address will not be published.