ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ପୁଣି ତୁର୍କୀ ଭୟଙ୍କର ଭୂକମ୍ପ, ମୃତ୍ୟୁ ସଂଖ୍ୟା ୧୮ଶହ ପାର

0

ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ଭୂକମ୍ପରେ ଥରିଲା ତୁର୍କୀ । ଏଥିରେ ୨୮୧୮ଟି କୋଠା ଭୁଶୁଡିଥିବା ଜଣାପଡିଛି । ତୁର୍କୀ, ସିରିଆରେ ଭୟଙ୍କର ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୧୮ଶହ ପାର କରିଛି । ୭ ଦଶମିକ ୮ ତୀବ୍ରତାରେ ଥରିଲା ଦୁଇ ପଡ଼ୋଶୀ ରାଷ୍ଟ୍ର । ଶକ୍ତିଶାଳୀ ଭୂକମ୍ପ ଝଟକାରେ ବିରାଟ ବିରାଟ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିବା ବେଳେ ଅନେକ ଲୋକ ଏବେ ବି ଇଟା ଖଣ୍ଡ ତଳେ ଫସି ରହିଛନ୍ତି । ଭୋର ପ୍ରାୟ ସାଢ଼େ ୪ଟା ବେଳେ ପ୍ରଥମେ ଲୋକମାନେ ଶୋଇଥିବା ବେଳେ ଭୂକମ୍ପ ଅନୁଭୂତ ହୋଇଥିବାରୁ ହଜାର ହଜାର ଲୋକ ଫସି ରହିଛନ୍ତି । ପ୍ରାୟ ୪୦ସେକେଣ୍ଡ ଧରି ମାଟି ଥରିବା ଯୋଗୁ ଅନେକ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ ଭୁଶୁଡି ପଡ଼ିଛି । ପ୍ରଭାବିତ ଅଞ୍ଚଳରେ ରେସ୍କ୍ୟୁ ଅପରେସନ ଜୋରଦାର କରାଯାଇଛି । ତୁର୍କୀର ବିଭିନ୍ନ ସହରରେ ପ୍ରାୟ ୬ଥର ଝଟକା ଅନୁଭୂତ ହୋଇଥିବା ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ; ସୋମବାର ସକାଳୁ ଦକ୍ଷିଣ ତୁର୍କୀର ଗଜିୟାଟେଂପରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ଯୋଗୁଁ ବଡ ବଡ ବିଲ୍ଡିଂ ସବୁ ଦବି ଯାଇଥିବା ବେଳେ ବହୁ ଉଚ୍ଚ ଅଟ୍ଟଳିକା ଭାଙ୍ଗିଯାଇଛି । ସେହିଭଳି ଘର ଭାଙ୍ଗି ମାଟି ତଳେ ବହୁ ଲୋକ ଦବି ରହିଥିବା ଜଣାପଡିଛି । ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୂମିକମ୍ପର ବିଭିନ୍ନ ଭୟଙ୍କର ଚିତ୍ର ଏବେ ସାମନାକୁ ଆସୁଛି ।

ମିଳିଥିବା ସୂଚନା ଅନୁସାରେ ଭୂକମ୍ପର ପ୍ରଥମ ଝଟ୍କା ପରେ ତୁର୍କୀରେ ଲଗାତାର ଭାବେ ୧୮ ଥର ଛୋଟ ବଡ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଯାହା ଫଳରେ କ୍ଷୟକ୍ଷତି ଅଧିକ ହୋଇଯାଇଛି । ସବୁଠାରୁ ବଡ କଥା ହେଉଛି ମାତ୍ର ୩୦ ମିଟିନ୍ ଭିତରେ ୩ଟି ବଡ ଭୂକମ୍ପ ଝଟକା ଅନୁଭୂତ ହୋଇଛି । କେବଳ ସେତିକି ନୁହେଁ ତୁର୍କୀକୁ ଏବେ ସୁନାମି ଆଲର୍ଟ ମଧ୍ୟ ହୋଇଛି । ଭୂକମ୍ପ ପରେ ଏବେ ସମୁଦ୍ର ତଳେ ବି ଭୂକମ୍ପ ହୋଇ ସୁନାମି ସ୍ଥିତି ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରାଯାଇଛି । ସେଥିପାଇଁ ସମୁଦ୍ରକୂଳିଆ ସହରଗୁଡିକରେ ସୁନାମି ନେଇ ସତର୍କ ସୂଚନା ଜାରି କରାଯାଇଛି।

ତୁର୍କୀ ଗାଜିଆନଟେପରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି । ସିରିଆ ସୀମାଠାରୁ ପ୍ରାୟ ୮୦ କିମି ଦୂରରେ କେନ୍ଦ୍ରସ୍ଥଳ ରହିଥିବାରୁ ସିରିଆରେ ବି ବ୍ୟାପକ କ୍ଷୟକ୍ଷତି ହୋଇଛି । ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି । ତୁର୍କୀ ସୀମାକୁ ଲାଗି ରହିଥିବା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତୁର୍କୀରେ ଭୂକମ୍ପ ଯୋଗୁ ୧୯୯୯ରୁ ଏପର୍ଯ୍ୟନ୍ତ ପ୍ରାୟ ୧୮ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଭୀଷଣ ଭୂମିକମ୍ପ ସହ ମୁକାବିଲା ପାଇଁ ଭାରତ ମଧ୍ୟ ସହାୟତାର ହାତ ବଢ଼ାଇଛି । ଭାରତ ପକ୍ଷରୁ ଏନଡିଆରଏଫର ଦୁଇଟି ଟିମ୍ ତୁର୍କୀ ଅଭିମୁଖେ ଯାଇଛି । ସେହିପରି ଔଷଧ ଏବଂ ରିଲିଫ ସାମଗ୍ରୀ ପଠାଯାଉଛି । ଭୂମିକମ୍ପ ମୁକାବିଲା ପାଇଁ ସମସ୍ତ ପ୍ରକାର ସହାୟତା ଦେବା ପାଇଁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Leave A Reply

Your email address will not be published.