ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

କଂଗ୍ରେସରେ ଯୋଗ ଦେଲେ ବିଜୟ

0

ଭୁବନେଶ୍ବର; ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସର ସହ ହାତ ମିଶାଇଛନ୍ତି। ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ବିଜୟ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନେ ଖଡଗେ, ପିସିସି ସଭାପତି ଶରତ ପଟ୍ଟନାୟକ, ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାରଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି ବିଜୟ ।

କଂଗ୍ରେସରେ ଯୋଗ ଦେବା ପରେ ବିଜୟ କହିଛନ୍ତି, ପ୍ରଥମ ଥର ପାଇଁ ରାଜନୀତିରେ ପାଦ ଦେଇଛି । ନୀତି ଆଦର୍ଶକୁ ନେଇ ଆଗକୁ ବଢିବି । ଓଡିଶାରେ ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚୁନାହିଁ । ମୁଁ ଲୋକଙ୍କ ପାଇଁ କାମ କରିବି । କଂଗ୍ରେସର ଉଦାରବାଦୀ ନୀତି ପାଇଁ ହାତ ଧରିଛି । ରାହୁଲଙ୍କ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା, ପ୍ରେମ ଓ ଭଲପାଇବାର ଯାତ୍ରା ବୋଲି କହିଛନ୍ତି ବିଜୟ ।

Leave A Reply

Your email address will not be published.