ପ୍ରମୁଖ ଖବର

ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଅନଲାଇନ ଗେମ୍ ଖେଳିବାକୁ ମନା କରିବାରୁ ଜୀବନ ହାରିଲେ ନାବାଳକ
ରାକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପିଉସା ସମେତ ୫ ଅଟକ
ସ୍ୱାଧୀନତା ଦିବସ ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା
ଭୁବନେଶ୍ୱରର ଘରୋଇ କଲେଜ ପରିସରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ
ସବୁ ସରକାରୀ କାର୍ଯ୍ୟାଳୟରେ ଲାଗିବ ଏଆଇ କ୍ୟାମେରା
ବିଧାନସଭା ଆଗରେ ୭ ବର୍ଷୀୟ ଝିଅ ସହ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି

0

ଭୁବନେଶ୍ୱର; ଉତ୍କଳ ମଣ୍ଡପରେ ଆୟୋଜିତ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ ରାଷ୍ଟ୍ରପତି । ମାତୃଶକ୍ତି ଉତ୍ଥାନ ସଂସ୍ଥାରେ ପହଞ୍ଚି ମାଆଙ୍କୁ ମନେ ପକାଇ ଭାବବିହ୍ବଳ ହୋଇଥିଲେ ରାଷ୍ଟ୍ରପତି । କହିଲେ ବାପା, ମାଆଙ୍କ ଫଟୋ ପୂଜା ନୁହେଁ ଯତ୍ନ ନେବା ହିଁ ଶ୍ରେଷ୍ଠ ଧର୍ମ । ବାପା, ମାଆ ସବୁବେଳେ ତ୍ୟାଗ, ବଳିଦାନ, ସାହସ, ସ୍ନେହ, ଶ୍ରଦ୍ଧା, ମମତାର ପ୍ରତୀକ । ନାରୀ ହେଉଛି ନାରାୟଣୀ, କଲ୍ୟାଣକାରୀ, ଚିର ନମସ୍ୟା । ମାତୃଶକ୍ତି ଅନ୍ତର୍ଜ୍ୟୋତି ଜାଗ୍ରତ କରି ସୁସ୍ଥ ମାନବ ସମାଜ ଗଠନ ଲକ୍ଷ୍ୟରେ ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଛି । ଜଣେ ଆଦର୍ଶ ଜନନୀ ପରମହଂସ ଜଗାନନ୍ଦଙ୍କ ମାଆ ଜ୍ଞାନପ୍ରଭାଙ୍କ ନାଁରେ ଅନୁଷ୍ଠାନ ନାମିତ ହେବା, ଆଧ୍ୟାତ୍ମିକ ଜଗତରେ ନାରୀ ସଂଗଠନ ପ୍ରତିଷ୍ଠା ହେବା ଗୌରବର କଥା। ମାତୃ କରୁଣା ଓ ପ୍ରେରଣା ମଣିଷକୁ ଅସାଧାରଣ ବ୍ୟକ୍ତିତ୍ବରେ ପରିଣତ କରେ ।

ଜ୍ଞାନପ୍ରଭା ମିଶନର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ରାଷ୍ଟ୍ରପତି । ଭାରତ ଯୁଗେ ଯୁଗେ ତପସ୍ବୀ, ବିଦୂଷୀ ମାନଙ୍କ ତ୍ୟାଗରେ ମହିମାମଣ୍ତିତ । ଜ୍ଞାନପ୍ରଭା ମିଶନରେ କୁମାରୀମାନଙ୍କୁ ନେଇ ସାଧନା ଶିବିର ଆୟୋଜନ କରାଯାଉଛି। ଅନୁଷ୍ଠାନ କ୍ରିୟାଯୋଗର ପ୍ରଚାର ପ୍ରସାର ପାଇଁ କାମ କରୁଛି । ଯୋଗଯୁକ୍ତ ହେଲେ ରୋଗମୁକ୍ତ ହୋଇପାରିବା । ବିଶ୍ବ ଯୋଗର ମହତ୍ତ୍ବ ଉପଲବ୍ଧି କରିଛି । ସୁସ୍ଥତା କହିଲେ ଶାରୀରିକ ଓ ମାନସିକ ସୁସ୍ଥତାକୁ ବୁଝାଏ । ମାନସିକ ଶୁଦ୍ଧି ପାଇଁ ଯୋଗର ଆବଶ୍ୟକତା ରହିଛି । ସାମାଜିକ ଓ ଆର୍ଥିକ ଉତ୍ଥାନ ସହ ଆଧ୍ୟାତ୍ମିକ ବିକାଶ  ଆବଶ୍ୟକ । ଶିକ୍ଷାର ବିସ୍ତାର ହେଲେ ମଧ୍ୟ ଆଧ୍ୟାତ୍ମିକ ଓ ନୈତିକ ଶକ୍ତିର ବିକାଶ ଜରୁରୀ । କେବଳ ବସ୍ତୁ ପଛରେ ଦୌଡ଼ିବା ଦରକାର ନାହିଁ ।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆହୁରି କହିଛନ୍ତି, ଯୋଗ ହେଉଛି ଭାରତର ପ୍ରଚିନ ବିଦ୍ୟା ଓ ପଦ୍ଧତ୍ତି। ଯାହା ସୁସ୍ଥ ମାନବ ସମାଜ ଗଠନ ପାଇଁ ଅଭିପ୍ରେତ। ସୁସ୍ଥ ଜୀବନ ପାଇଁ ରୋଗର ଚିକିତ୍ସା ଅପେକ୍ଷା ରୋଗ ନିରାକରଣ ଅଧିକ ଆବଶ୍ୟକ। ଆମେ ଯୋଗଯୁକ୍ତ ହେଲେ ରୋଗ ମୁକ୍ତ ହୋଇପାରିବା। ଅନେକ ଦେଶର ଲୋକ ଯୋଗର ଉପକାରୀତାକୁ ଉପଲ୍‌ବଧି କରି ତାକୁ ଜୀବନରେ ଅଂଶ ଭାବେ ଗ୍ରହଣ କରିଛନ୍ତି ବୋଲି ସେ କହିଛନ୍ତି।

ଏହି ଅବସରରେ ନିଜ ଜୀବନର ଅଭିଜ୍ଞତା ବଖାଣିଥିଲେ ରାଷ୍ଟ୍ରପତି । ଯୋଗ ସହ ଯୁକ୍ତ ହେବା ପରେ ତାଙ୍କ ଜୀବନ ପ୍ରତି ଆସ୍ଥା ଓ ଆଶ୍ରା ସଂଚାର ହୋଇଥିଲା। ଏବେ ବି ଯୋଗ କରନ୍ତି ରାଷ୍ଟ୍ରପତି । ଯୋଗ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରଖିବା ସହ କର୍ମଚଞ୍ଚଳ କରେ । ଦୁଃଖର କାରଣ କାମନା, ସନ୍ତୁଷ୍ଟତା କାମନାକୁ ବିନାଶ କରିପାରେ ବୋଲି ରାଷ୍ଟ୍ରପତି କହିଛନ୍ତି । ଏବେ ବିଶ୍ବ ପାଇଁ ପ୍ରକୃତିର ଅସ୍ବାଭାବିକ ଆଚରଣ ବଡ଼ ବିପଦ । ନିଜେ ବଞ୍ଚ ଓ ଅନ୍ୟକୁ ବଞ୍ଚିବାକୁ ଦିଅ । ତେଣୁ ପ୍ରକୃତି ଅନୁକୂଳ ଜୀବନଶୈଳୀ ଆପଣାଇବାକୁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି । ଜ୍ଞାନପ୍ରଭା ମିଶନ ବତିଖୁଣ୍ଟ ପରି ମାନବ ସମାଜକୁ ଦିଗଦର୍ଶନ ଦେବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ।

Leave A Reply

Your email address will not be published.