ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କୁ ଗୁଳି କରି ହତ୍ୟା କଲେ ନକ୍ସଲ

0

ରାଇଘର: ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକ ଅନ୍ତର୍ଗତ ହାତୀଗାଁ ପଞ୍ଚାୟତର ଖାଲେପାରାଠାରେ ଇନ୍‌ଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ନକ୍ସଲ। ଯୁବକ ଜଣକ ଉକ୍ତ ଗ୍ରାମର ଚନ୍ଦନ ମଲ୍ଲିକ (୪୨) ବୋଲି ସୂଚନା ମିଳିଥିବା ବେଳେ ପୁଲିସ ଇନଫର୍ମର ଅଭିଯୋଗ କରି ତାଙ୍କୁ ହତ୍ୟା କରାଯାଇଥିବା ମାଓବାଦୀମାନେ ପୋଷ୍ଟର ମାଧ୍ୟମରେ ଜଣାଇଛନ୍ତି।

ସୂଚନାନୁସାରେ; ନକ୍ସଲଙ୍କ ଉଦନ୍ତି ଏରିଆ କମିଟିର ସଦସ୍ୟମାନେ ଚନ୍ଦନଙ୍କୁ ଗତକାଲି ରାତିରେ ତାଙ୍କ ଘରୁ ଡାକି ନେଇଥିଲେ। ଆଉ ଆଜି ସକାଳେ ଘରଠାରୁ ମାତ୍ର ୨୦୦ ମିଟର ଦୂରରେ ଚନ୍ଦନଙ୍କ ମୃତଦେହ ମିଳିଥିଲା। ନକ୍ସଲମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ।Naxal Poster

ଏହା ସହିତ ନକ୍ସଲମାନେ ଘଟଣାସ୍ଥଳରେ ପୋଷ୍ଟର ମାରି ଏହି ଘଟଣା ପାଇଁ ନବରଙ୍ଗପୁର ଏସ୍‌ପି, ଛତିଶଗଡ଼ର ଗରିଆବନ୍ଧ ଏସ୍‌ପି ଓ ପୁଲିସ୍‌ର ଗୁଇନ୍ଦା ବିଭାଗକୁ ଦାୟୀ କରିଛନ୍ତି। ଚନ୍ଦନ ସେମାନଙ୍କୁ ନକ୍ସଲଙ୍କ ଗତିବିଧି ସଂପର୍କରେ ସୂଚନା ଦେଉଥିଲେ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ଏହା ପୂର୍ବରୁ ତାଙ୍କୁ ଜନ ଅଦାଲତରେ ହାଜର କରି ଚେତାବନୀ ଦିଆଯାଇଥିଲା। କିନ୍ତୁ ସେ ପୁଣିଥରେ ପୁଲିସର ଇନଫର୍ମର ଭାବେ କାମ କରୁଥିବା ଯୋଗୁଁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆ ଯାଇଥିବା ଉକ୍ତ ଲିଫ୍ଲେଟ ଗୁଡ଼ିକରେ ଉଲ୍ଲେଖ କରାଯାଇଛି। ରାଇଘର ପୁଲିସ ଘଟଣାସ୍ଥଳରେ ପହଞ୍ଚି ନଥିବା ବେଳେ ଗ୍ରାମବାସୀ ମଧ୍ୟ ଏ ନେଇ ମୁହଁ ଖୋଲୁ ନାହାନ୍ତି।

Leave A Reply

Your email address will not be published.