ପ୍ରମୁଖ ଖବର

ଅହମଦାବାଦ ରଥଯାତ୍ରା ପାଇଁ ୩୧ ହଜାରରୁ ଅଧିକ ପୋଲିସ ମୁତୟନ
ତାଜ ହୋଟେଲକୁ ବୋମା ଧମକ, ତଲାସି ପରେ ଗୁଜବ ବୋଲି ସ୍ପଷ୍ଟ
ରଥଯାତ୍ରା ଡିଉଟିରେ ଥିବା ହୋମଗାର୍ଡଙ୍କ ମୃତ୍ୟୁ; ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା
ରଥଯାତ୍ରା ଡିଉଟିରେ ଥିବା ହୋମଗାର୍ଡଙ୍କ ମୃତ୍ୟୁ; ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା
ଆଖି ବୁଜିଲେ ବ୍ରହ୍ମପୁର ପୀଡ଼ିତା, ବାପାଙ୍କ ବିରୋଧରେ ଆଣିଥିଲେ ଯୌନ ନିର୍ଯାତନା ଅଭିଯୋଗ
କଣ୍ଡକ୍ଟରଙ୍କୁ ଆକ୍ରମଣ ଘଟଣା: ଆଜିଠାରୁ ଉଦଳାରୁ ସମସ୍ତ ରୁଟ୍‌କୁ ବସ ବନ୍ଦ

ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଜଣେ ଗିରଫ

0

ବାଲେଶ୍ବର: ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ବାଲେଶ୍ୱର ପୁଲିସ । ଡିଆରଡିଓ ତଥ୍ୟ ଲିକ୍ ପ୍ରସଙ୍ଗରେ ବାଲେଶ୍ୱର ପୁଲିସ ପ୍ରେସ ମିଟ୍ କରି ସୂଚନା ଦେଇଛି ।

ଗଣମାଧ୍ୟମର ପ୍ରତିନିଧିଙ୍କୁ ଆଇଜି ହିମାଂଶୁ ଲାଲ ଓ ବାଲେଶ୍ବର ଏସ୍‌ପି ସାଗରିକା ନାଥ କହିଛନ୍ତି, ଯାହାକୁ ଗିରଫ କରାଯାଇଛି ତା’ପାଖରେ ତଥ୍ୟ ରହିଛି। ବାଲେଶ୍ୱର ପୁଲିସ ଏବଂ ସେଣ୍ଟରାଲ ଏଜେନ୍ସିର ମିଳିତ ଭାବେ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରାଯାଇଛି।  ଅଭିଯୁକ୍ତ ଜଣକ ଦୀର୍ଘ ୧ ବର୍ଷ ପର୍ଯ୍ୟନ୍ତ ଭାରତର ପ୍ରତିରକ୍ଷା ସଂପର୍କିତ ତଥ୍ୟ ପାକିସ୍ତାନକୁ ଯୋଗାଇଥିଲା

ପ୍ରାଥମିକ ତଦନ୍ତରୁ ଜଣାପଡିଛି ମୋବାଇଲ୍ ମାଧ୍ୟମରେ ସେ ରାଓଲପିଣ୍ଡିରେ ଥିବା ବ୍ୟକ୍ତିଙ୍କୁ ତଥ୍ୟ ଲିକ୍ କରିଥିଲା। ହ୍ବାଟ୍‌ସଅପ ମାଧ୍ୟମରେ ମେସେଜ୍‌, ଫଟୋ ଓ ଭିଡିଓ ଦେଉଥିଲା। ଏହି ଘଟଣାର ନିରପେକ୍ଷ ତଦନ୍ତ ଚାଲିଛି। ଆଗକୁ ପଚରାଉଚରା ଚାଲିବ, ତଥ୍ୟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଗିରଫ ହୋଇଥିବା ବ୍ୟକ୍ତି ଜଣକ ଆଇଟିଆରର ବରିଷ୍ଠ ଅଧିକାରୀ ବୋଲି ସୂଚନା ମିଳିଛି। ଡିଆଡିଓ ତଥ୍ୟ ଲିକ୍ ପ୍ରସଙ୍ଗରେ ବାଲେଶ୍ୱର ପୁଲିସ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛି।

Leave A Reply

Your email address will not be published.