ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ବେରୋଜଗାରୀ ଯୁବବର୍ଗଙ୍କୁ ମିଳିବ ମାସିକ ଭତ୍ତା

0

ଛତିଶଗଡ; ସୋମବାର ବିଧାନସଭାରେ ବଜେଟ୍ ଉପସ୍ଥାପନ ବେଳେ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ। ବେକାରୀ ଯୁବକଙ୍କୁ ମାସିକ ଭତ୍ତା ଦେବାକୁ ଘୋଷଣା କରିଛନ୍ତି ଛତିଶଗଡ଼ ସରକାର । ବଜେଟରେ ବେରୋଜଗାରୀ ଯୁବକଙ୍କ ପାଇଁ ମାସିକ ୨୫ଶହ ଟଙ୍କା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

୨୦୨୩-୨୪ ପାଇଁ ରାଜ୍ୟ ସରକାର ୧ଲକ୍ଷ ୨୧ହଜାର ୫୦୦ କୋଟି ଟଙ୍କା ଆଗତ କରିଛନ୍ତି । ଯାହା ଇତିହାସର ସବୁଠାରୁ ବଡ଼ ବଜେଟ୍ ବୋଲି କୁହାଯାଉଛି । ବଜେଟରେ ବିଭିନ୍ନ ବର୍ଗକୁ ଗୁରୁତ୍ୱ ଦିଆଯାଇଛି । ବିଶେଷକରି ବଘେଲ ସରକାର ଅଙ୍ଗନୱାଡି କର୍ମୀ, ହୋମଗାର୍ଡଙ୍କ ଏବଂ ମହିଳାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଅଙ୍ଗନୱାଡି କର୍ମୀଙ୍କ ଭତ୍ତା ୬ହଜାର ୫୦୦ରୁ ୧୦ହଜାର ଟଙ୍କା ବୃଦ୍ଧି କରାଯାଇଛି ।

ସେହିପରି ଅଙ୍ଗନୱାଡି ସହକର୍ମୀଙ୍କ ଭତ୍ତା ୩ହଜାର ୫୫୦ରୁ ୫ହଜାର ଟଙ୍କା କରାଯାଇଛି । ସ୍କୁଲରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ ଦେୟ ୨୫ଶହରୁ ୨୮ଶହ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କୃଷି ବିଭାଗ ପାଇଁ ୧୦ହଜାର ୭୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

Leave A Reply

Your email address will not be published.